ଭୁବନେଶ୍ବର: ଓଡ଼ିଶା ସେବା ନିବୃତ୍ତ କର୍ମଚାରୀ ସଂଘ ଓ ଶିକ୍ଷକ ବିକାଶ ମଞ୍ଚ ପକ୍ଷରୁ ଆଜି ଲୋୟର୍ ପିଏମ୍ଜିରେ ଧାରଣା ଅନୁଷ୍ଠିତ ହୋଇଯାଇଛି। ବୟସାଧିକ ସତ୍ତ୍ବେ ବିଭିନ୍ନ ଜିଲ୍ଲାରୁ ଆସିଥିବା ବୟସ୍କ ନାଗରିକମାନଙ୍କ ସମାବେଶ ଲୋୟର ପିଏମ୍ଜିରେ ଏକ ଭିନ୍ନ ପରିବେଶ ସୃଷ୍ଟି କରିଥିଲା। ସଭାପତି ଶରତ ଚନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଚିକିତ୍ସା ଭତ୍ତା, ସର୍ବନିମ୍ନ ପେନସନ୍ ୯ ହଜାର ଟଙ୍କା ଧାର୍ଯ୍ୟ କରିବାକୁ ଦାବି କରାଯାଇଥିଲା। ବରିଷ୍ଠ ନାଗରିକମାନଙ୍କୁ ଚିକିତ୍ସା ଭତ୍ତା ପ୍ରଦାନ ଏକ ଗୁରୁତ୍ୱପୂର୍ଣ୍ଣ ସାମାଜିକ ସୁରକ୍ଷା ବ୍ୟବସ୍ଥା ଅଟେ। ଦେଶର ୨୩ଟି ରାଜ୍ୟ ଓ କେନ୍ଦ୍ର ପେନସନ୍ଭୋଗୀମାନେ ଏ ସୁରକ୍ଷା ବଳୟ ମଧ୍ୟକୁ ୧୯୯୬ ମସିହାରୁ ଆସି ସାରିଲେଣି। ୨୦୧୨ ମସିହାରୁ ଓଡ଼ିଶାର ଅବସରପ୍ରାପ୍ତ ଜୁଡିସିଆଲ ଅଫିସରମାନେ ମାସକୁ ୧୫ଶହ ଟଙ୍କା ହାରରେ ଓ ୨୦୧୮ ମସିହାରୁ ପୂର୍ବତନ ବିଧାୟକମାନେ ୨ ହଜାର ଟଙ୍କା ଚିକିତ୍ସା ଭତ୍ତା ସମେତ ୫ଲକ୍ଷ ଟଙ୍କାର ଚିକିତ୍ସା ବୀମା ସୁବିଧା ପାଉଛନ୍ତି। କିନ୍ତୁ ଏ କ୍ଷେତ୍ରରେ ଓଡ଼ିଶାର ପେନସନ୍ଭୋଗୀମାନେ ଚରମ ଅବହେଳାର ଶିକାର ହେଉଛନ୍ତି। କେନ୍ଦ୍ର ସରକାର ସର୍ବନିମ୍ନ ପେନସନ୍ ୯ ହଜାର ଟଙ୍କା କରିଥିବା ବେଳେ ରାଜ୍ୟ ସରକାର ୮ ହଜାର ୩ ଶହ ଟଙ୍କା ଧାର୍ଯ୍ୟ କରିଛନ୍ତି। ଏହା ହାସ୍ୟାସ୍ପଦ ବୋଲି ସାଧାରଣ ସମ୍ପାଦକ ଲୋକନାଥ ରଥ କହିଛନ୍ତି। ଧାରଣାରେ ଅନ୍ୟମାନଙ୍କ ମଧ୍ୟରେ ଦୁର୍ଗାଚରଣ ନାୟକ, ସୂର୍ଯ୍ୟମଣି ତ୍ରିପାଠୀ, ଅମିୟ ମହାନ୍ତି, ରଶେଶ ଚନ୍ଦ୍ର ପଟ୍ଟନାୟକ, ଅନୀଲ କୁମାର ମହାନ୍ତି ପ୍ରମୁଖ ଅଂଶଗ୍ରହଣ କରିଥିଲେ।
ଓଡ଼ିଶା ସେବା ନିବୃତ୍ତ କର୍ମଚାରୀ ସଂଘର ଧାରଣା
/sambad/media/post_attachments/wp-content/uploads/2019/02/Untitled-5-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)