ପରୀ ମୃତ୍ୟୁ ପ୍ରସଙ୍ଗରେ ମନ୍ତ୍ରୀଙ୍କ ବହିଷ୍କାର ଓ ସିବିଆଇ ତଦନ୍ତ ଦାବି କରିଛନ୍ତି ବିଜେପି ବିଧାୟକ

ଭୁବନେଶ୍ବର: ଆଜି ବି ପରୀ ମୃତ୍ୟୁ ପ୍ରସଙ୍ଗରେ ହୁଲସ୍ତୁଲ ବିଧାନସଭା । ନ୍ୟାୟ ଦାବିରେ ବିଜେପି ସଦସ୍ୟମାନେ ଗୃହରେ ହୋହାଲ୍ଲା କରିଛନ୍ତି । ହଟଗୋଳ ମଧ୍ୟରେ ଅର୍ଥମନ୍ତ୍ରୀ ନିରଂଜନ ପୁଜାରୀ ବ୍ୟୟ ମଂଜୁରୀ ବିଲ୍ ଆଗତ କରିଛନ୍ତି । ସେପଟେ ପରୀ ମୃତ୍ୟୁ ପ୍ରସଙ୍ଗରେ ମନ୍ତ୍ରୀଙ୍କ ବହିଷ୍କାର ଓ ସିବିଆଇ ତଦନ୍ତ ଦାବିରେ ବିଜେପି ସଦସ୍ୟମାନେ ପାଟିତୁଣ୍ଡ କରିବା ସହ ଗାନ୍ଧୀମୂର୍ତ୍ତି ତଳେ  ବିଜେପି ବିଧାୟକ ପ୍ରତିବାଦ କରିଛନ୍ତି । ଗତକାଲି ମଧ୍ୟ ପରୀ ମୃତ୍ୟୁ ପ୍ରସଙ୍ଗରେ ବିଧାନସଭା ଚାଲିପାରି ନଥିଲା ।

ବିଜେପି ବିଧାୟକ ମୋହନ ମାଝୀ ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିଯାଇଥିଲେ । ପରୀ ମୃତ୍ୟୁର ଏସଆଇଟି ତଦନ୍ତ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ଗତକାଲି ଗୃହରେ ବିବୃତି ରଖିଥିଲେ । ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଏଥିପାଇଁ ହାଇକୋର୍ଟ ରେଜିଷ୍ଟ୍ରାରଙ୍କୁ ଚିଠି ଲେଖାଯାଇଛି । ୫ ଜଣିଆ ଏସଆଇଟି ଟିମ୍ ଗଠନ କରାଯାଇଛି । ଆଇପିଏସ ଅଧିକାରୀ ଅରୁଣ ବୋଥ୍ରା, ଏହି ଟିମର ନେତୃତ୍ୱ ନେଇଛନ୍ତି । ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିବୃତି ରଖିବା ପରେ ବି ପରୀ ପ୍ରସଙ୍ଗରେ ଅସନ୍ତୁଷ୍ଟ ଅଛନ୍ତି ବିରୋଧୀ ।

ସମ୍ବନ୍ଧିତ ଖବର