ନୃସିଂହ ମନ୍ଦିରରୁ ଚୋରି: ପୁଲିସର ନିଷ୍କ୍ରିୟତା ଯୋଗୁଁ ପୁରୀ- ସାତପଡ଼ା ରାସ୍ତା ଅବରୋଧ

ପୁରୀ: ସ୍ଥାନୀୟ ନୃସିଂହ ମନ୍ଦିରରୁ ଚୋରି ହେବା ଘଟଣାର ୧୦ ଦିନ ବିତି ଯାଇଥିଲେ ମଧ୍ୟ ପୁଲିସ ଚୋରକୁ ଧରି ପାରି ନ ଥିବାରୁ ରେଣ୍ଢା ଗ୍ରମାବାସୀମାନେ ଆଜି ପୂର୍ବାହ୍ନ ସାଢ଼େ ଏଗାରଟାବେଳେ ପୁରୀ-ସାତପଡ଼ା ଜାତୀୟ ରାଜପଥ ଅବରୋଧ କରି ପ୍ରତିବାଦ ଜଣାଇଛନ୍ତି।

ଆଜି ରାସ୍ତା ଅବରୋଧ କରାଯିବ ବୋଲି ଦୁଇ ଦିନ ତଳେ ଗ୍ରାମବାସୀମାନେ ପ୍ରଶାସନକୁ ଲିଖିତ ଭାବେ ଜଣାଇଥିଲେ। ସେମାନେ ଲେଖିଥିଲେ, ଯଦି ଜାନୁଆରି ୨୦ ତାରିଖ ସୁଦ୍ଧା ଚୋର ଧରା ନ ହୁଏ, ତେବେ ୨୧ ତାରିଖ ଦିନ ରାସ୍ତା ଅବରୋଧ କରାଯିବ।

ପୁଲିସ ୨୦ ତାରିଖ ସୁଦ୍ଧା କାହାରିକୁ ଧରି ନ ପାରିବାରୁ ରେଣ୍ଢା ଗ୍ରାମର ବାସିନ୍ଦାମାନେ ଆଜି ରାସ୍ତା ଅବରୋଧ କରି ପ୍ରତିବାଦ ଜଣାଉଛନ୍ତି। ରାସ୍ତାର ଉଭୟ ଦିଗରୁ ଆସୁଥିବା ଯାନବାହନ ଅସୁବିଧାରେ ସମ୍ମୁଖୀନ ହୋଇ ପାର୍ଶ୍ୱବର୍ତ୍ତୀ ରାସ୍ତା ଖୋଜି ଗନ୍ତବ୍ୟସ୍ଥଳକୁ ଯାଉଛନ୍ତି।

ଅବରୋଧସ୍ଥଳରେ ସଦର ଓ ବ୍ରହ୍ମଗିରି ଥାନା ପୁଲିସ ପହଞ୍ଚି ଲୋମାନଙ୍କ ସହ ଆଲୋଚନା କରି ସେମାନଙ୍କୁ ବୁଝାସୁଝା କରାଉଛନ୍ତି। ରିପୋର୍ଟ ଲେଖାହେବା ବେଳକୁ ଅବରୋଧ ହଟି ନ ଥିଲା।

ସମ୍ବନ୍ଧିତ ଖବର