ଯାଜପୁରଟାଉନ: ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ୫୦ ଟଙ୍କା ମୂଲ୍ୟ ବୃଦ୍ଧିକୁ ନେଇ ଏସ୍‌.ୟୁ.ସି.ଆଇ(ସି) ପକ୍ଷରୁ ପ୍ରତିବାଦ ସଭା କରାଯାଇଛି। ଯାଜପୁର ସହର ବଡ଼ଡାକ୍ତରଖାନା ଗାନ୍ଧିଛକରେ ପ୍ରତିବାଦ ସଭା କରାଯାଇଥିଲା। କେନ୍ଦ୍ର ସରକାରଙ୍କ ଏହି ଜନବିରୋଧୀ ପଦକ୍ଷେପ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ବୋଲି ଜିଲ୍ଲା କମିଟିର ସଭ୍ୟ ସୁଲୋଚନା ପ୍ରଧାନ, ଜଗବନ୍ଧୁ ମଲ୍ଲିକ, ମମତା ସେଠୀ, ସସ୍ମିତା ଯେନା, ମଧୁସ୍ମିତା ସିଂ କହିଥିଲେ।

Advertisment

ପେଟ୍ରୋଲ ଡିଜେଲ ଓ ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି କରି ଏହାକୁ ଅମୃତକାଳ କହି ଦେଶର ଜନସାଧାରଣଙ୍କୁ ତାଚ୍ଛଲ୍ୟ କରିଚାଲିଛନ୍ତି ବୋଲି ସଂଗଠନ ଅଭିଯୋଗ କରିଛି। ମୋଦି ସରକାରଙ୍କର ଏହି ଜନବିରୋଧୀ ନୀତି ବିରୋଧରେ ଗଣ ଆନ୍ଦୋଳନ ପାଇଁ ଆଗେଇ ଆସିବାକୁ ଏସ୍‌ୟୁସିଆଇ ପକ୍ଷରୁ ଆହ୍ୱାନ ଦିଆଯାଇଛି।