ଧର୍ମଶାଳା: ଧର୍ମଶାଳା ତହସିଲ ଜାରକା କଳ୍ପତରୁ ଦାସ ମିନି ଷ୍ଟାଡିୟମ ନିକଟସ୍ଥ ଦେଉଳିପାଳ ମୌଜାରେ ଥିବା ବହୁ କାଜୁଗଛକୁ ଗତକାଲି କାଟି ଦିଆଯାଇଛି। ଷ୍ଟାଡିୟମ ସଂପ୍ରସାରଣ ଉଦ୍ଦେଶ୍ୟରେ ଏକ ଜେସିବି ମେସିନ୍ରେ କାଜୁବଣକୁ ସଫା କରାଯାଇଥିଲା। ପାଚେରି ନିର୍ମାଣ ପାଇଁ ଗାତ ଖୋଳାକୁ ସ୍ଥାନୀୟ ଲୋକେ ବିରୋଧ କରିଥିଲେ। ବାଧ୍ୟ ହୋଇ ଦାୟିତ୍ବରେ ଥିବା ଠିକାଦାର ଖୋଳିଥିବା ଗାତକୁ ପୋତିଥିଲେ।
ରବିବାର ଅପରାହ୍ଣରେ ଏକ ଜେସିବି ମେସିନ୍ ଲଗାଇ ଷ୍ଟାଡିୟମ୍ ନିଟରେ ଥିବା ବହୁ କାଜୁଗଛକୁ ଉପାଡ଼ିବା ସହିତ ସେଠାରେ ପାଚେରି ନିର୍ମାଣ ପାଇଁ ଗାତ ଖୋଳାଯାଉଥିଲା। ଏ ସଂପର୍କରେ ଖବରପାଇ କାଜୁବଣ ନିଲାମଧାରୀ ତଥା କାଜୁଗଛ ଲଗାଇଥିବା ଚୋରମୁହାଁ ପଞ୍ଚାୟତ ନାଉପାଳ ଗ୍ରାମର ହୃଷୀକେଶ ରାଉତ ପହଞ୍ଚି ବିରୋଧ କରିଥିଲେ। ପରେ ଅନ୍ୟମାନେ ଆସି ଏହି ବେଆଇନ କାର୍ଯ୍ୟକୁ ବିରୋଧ କରିଥିଲେ। ଶେଷରେ ଦାୟିତ୍ବରେ ଥିବା ଠିକାଦାର ସ୍ଥାନୀୟ କୁମାରୀ ଗ୍ରାମର ମନୋଜ ଦାସ ବାଧ୍ୟହୋଇ ଖାଲକୁ ସେହି ଜେସିବି ମାଧ୍ୟମରେ ପୋତିଥିଲେ। ସେହିପରି ଗତବର୍ଷ ସେପ୍ଟେମ୍ବର ୨୬ତାରିଖରେ କାଜୁଗଛ ଉପାଡ଼ି ଷ୍ଟାଡିୟମ ପାଚେରି ପାଇଁ ନିଅଁ ଖୋଳାଯିବାକୁ ମଧ୍ୟ ବିରୋଧ କରାଯାଇଥିଲା। ଏହାସତ୍ତ୍ବେ ଠିକାଦାରଙ୍କ ଗାତ ଖୋଳାକୁ ନେଇ ପ୍ରଶ୍ନ ଉଠିଛି। ପରିବେଶ ସୁରକ୍ଷା ନିମନ୍ତେ ବନ ବିଭାଗ ପକ୍ଷରୁ ବୃକ୍ଷରୋପଣ କରାଯାଉଥିବା ବେଳେ ଷ୍ଟାଡିୟମ ପାଇଁ ଗଛଗୁଡ଼ିକୁ ବଳି ପକାଯାଉଛି।
୨୦ବର୍ଷ ହେଲା ଜାରକାରେ ଏକ ମିନି ଷ୍ଟାଡିୟମ୍ ନିର୍ମାଣ ହେଉଛି। ପୂର୍ବତନ ବିଧାୟକ କଳ୍ପତରୁ ଦାସଙ୍କ ଦେହାନ୍ତ ପରେ ଏହାର ନାଁ ବଦଳିଯାଇ କଳ୍ପତରୁ ଦାସ ଷ୍ଟାଡିୟମ ହୋଇଛି। ଏଠାରେ ବିଭିନ୍ନ ବିଭାଗ ପକ୍ଷରୁ ବହୁ କୋଟି ଟଙ୍କା ବ୍ୟୟ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହାର କାମ ଶେଷ ହେଉନାହିଁ। କେବେ ଶେଷ ହେବ ସେ ଉତ୍ତର ମଧ୍ୟ କାହା ପାଖରେ ନାହିଁ। ଏବେ ପୁଣି ଗ୍ରାମ୍ୟ ଜଙ୍ଗଲ ନଷ୍ଟ କରାଯାଇ ଏହାର ସଂପ୍ରସାରଣ କରାଯାଉଛି। ଏହାଦ୍ବାରା ପରିବେଶର କ୍ଷତି ଘଟିବ। ତା’ ସହିତ କାଜୁରୁ ପରିବାର ପ୍ରତିପୋଷଣ କରୁଥିବା ଲୋକଙ୍କ ଜୀବିକା ବୁଡ଼ିଯିବା ଆଶଙ୍କା ପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/26-12.jpg)