ସିମେଣ୍ଟ କାରଖାନା ଭୂମିପୂଜାକୁ ବି​ରୋଧ

ଛତିଆ : ବଡ଼ଚଣା ବ୍ଲକ୍‌ ବୈରୀ ଅଞ୍ଚଳ ଝାଟିଆପଡ଼ା ଠାରେ ନିର୍ମାଣ ହେବାକୁ ଥିବା ମହା ସିମେଣ୍ଟ କାରଖାନାର ଭୂମିପୂଜାକୁ ଆଜି ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି। ଲୋକଙ୍କ ବିରୋଧ ଯୋଗୁଁ ଭୂମିପୂଜା ହୋଇପାରିନାହିଁ। ଆଜି କାରଖାନା କର୍ତ୍ତୃପକ୍ଷ ଭୂମିପୂଜା ପାଇଁ ବ୍ୟବସ୍ଥା କରିଥିଲେ। ହେଲେ ଏନେଇ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ସୂଚନା ଦିଆଯାଇନଥିଲା।

ପୂଜା ପାଇଁ ପ୍ରକ୍ରିୟା ଚଳାଇଥିବା ବେଳେ ସ୍ଥାନୀୟ ଅଞ୍ଚଳର ୨ଶହରୁ ଅଧିକ ଲୋକ ପହଞ୍ଚି ଏହାକୁ ବିରୋଧ କରିଥିଲେ। ଲୋକଙ୍କ ବିରୋଧ ଯୋଗୁଁ କାରଖାନା କର୍ତ୍ତୃପକ୍ଷ ପୂଜା କରି ନପାରି ସେଠାରୁ ପଳାଇ ଯାଇଥିଲେ। ପରେ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ସେଠାରୁ ବିଦା କରିଥିଲା।

ସମ୍ବନ୍ଧିତ ଖବର