ଭୁବନେଶ୍ବର/କଳାହାଣ୍ଡି/ବଲାଙ୍ଗୀର/ମୟୂରଭଞ୍ଜ/ସୁନ୍ଦରଗଡ଼: ଗୁରୁବାର କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାର ପ୍ରଭାବ ସାରା ରାଜ୍ୟରେ ଦେଖିବାକୁ ମିଳିଛି। ରାସ୍ତାରେ ରାଜନୈତିକ ଦଳରକର୍ମୀମାନେ ପିକେଟିଂ କରୁଛନ୍ତି। ଫଳରେ ସାଧାରଣ ଜୀବନଯାତ୍ରା ବିପର୍ଯ୍ୟନ୍ତ ହୋଇ ପଡ଼ିଛି।
ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ବିରୋଧୀ ରଣ ହୁଙ୍କାର ଦେଇଛନ୍ତି। ବନ୍ଦ ଯୋଗୁ ସାରା ରାଜ୍ୟରେ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଛି।
କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି। ବ୍ଲକର ବିଶ୍ୱନାଥପୁର ସ୍ଥିତ ବିଜେପୁର ଛକ, ଲାଞ୍ଜିଗଡ ବଜାର ଛକ,ଲାଞ୍ଜିଗଡ ବେଦାନ୍ତ କମ୍ପାନୀର ମୁଖ୍ୟ ଗେଟ, ଜଗନ୍ନାଥ ପୁର ଛକ, ଛତ୍ରପୁର ପଞ୍ଚାୟତ ମସ୍କା ପଦର ଛକ,ଲାଞ୍ଜି ପଞ୍ଚାୟତ ମୂଷାନାଳ ଛକ,ବସନ୍ତ ପଡା ଛକ, ବେନଗାଁ ଛକ,ଲାଖବାହିଲି ଛକର ସମସ୍ତ ପ୍ରବେଶ ପଥ ବନ୍ଦ କରାଯାଇଛି । ଏହା ସହ ବ୍ଳକର ବିଭିନ୍ନ ଶିକ୍ଷାନୁଷ୍ଠାନ, ଦୋକାନ ବଜାର, ସରକାରୀ ବେସରକାରୀ ଅନୁଷ୍ଠାନ ବନ୍ଦ ରହିଛି। ସକାଳ ୬ଟା ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡିଶା ବନ୍ଦ ପାଳନ କରିବା ପାଇଁ ଦଳ ପକ୍ଷରୁ ସୂଚନା ଦିଆଯାଇଛି।
ଏହି ବନ୍ଦ ପାଳନରେ ଅତ୍ୟାବଶ୍ୟକ ଜରୁରୀ ସେବା କୁ ବାଦ ଦିଆଯାଇଛି।ଲାଞ୍ଜିଗଡ ବ୍ଳକ କଂଗ୍ରେସ ସଭାପତି ଵିଜୟ ନାଏକଙ୍କ ନେତୃତ୍ୱରେ କଂଗ୍ରେସ ପକ୍ଷରୁ ଏହି ବନ୍ଦ ପାଳନରେ କଂଗ୍ରେସ ପକ୍ଷରୁ ପ୍ରଦୀପ ମାଝୀ, ସଦା ନାଏକ,ଗୋବିନ୍ଦ ପ୍ରଧାନୀ, ସନ୍ତୋଷ ତୁଳ, ଶିଶିର ପୁଜାରୀ, କ୍ଷିତ ନାଏକ, ରାଜେନ୍ଦ୍ର ନାଏକ,ପ୍ରମୋଦ ସାହୁ,ଜଗତ ନାଏକ, ସନ୍ତୋଷ ତାଣ୍ଡି ସମେତ ଶତାଧିକ କଂଗ୍ରେସ କର୍ମୀ ବ୍ଲକର ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦର ପ୍ରଭାବ ସୁନ୍ଦରଗଡ଼ରେ ମଧ୍ୟ ଦେଖିବାକୁ ମିଳିଛି । ବନ୍ଦ ପାଳନ ବେଳେ ରାଜ୍ୟ ରାଜପଥ ୧୦ ନମ୍ବର କୁ ଅବରୋଧ କରିବା ସହ ସୁନ୍ଦରଗଡ଼ ସହରକୁ ତିନୋଟି ପ୍ରବେଶ ପଥ ରାଣୀ ବଗିଚା ବାଇପାସ୍, କଲେଜ ବାଇପାସ୍ ଏବଂ ପୁରୁଣା ଟୋଲ ଗେଟ କିରେଇ ନିକଟରେ ଟାୟାର ଜାଳି ପ୍ରବେଶ ପଥ ବନ୍ଦ କରାଯାଇଛି । ଏହା ସହ ସହର ର ସମସ୍ତ ଶିକ୍ଷାନୁଷ୍ଠାନ, ଦୋକାନ ବଜାର, ସରକାରୀ ବେସରକାରୀ ଅନୁଷ୍ଠାନ ବନ୍ଦ ରହିଛି ।
ସକାଳ ୬ଟା ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡିଶା ବନ୍ଦ ପାଳନ କରାଯାଉଥିବା ବେଳେ ଦୋକାନ ବଜାର ଗୁଡ଼ିକ ବନ୍ଦ ରହିଛି। ସୁନ୍ଦରଗଡ଼ର ସମସ୍ତ ଜନସାଧାରଣ, ସମସ୍ତ ବ୍ୟବ ସାୟିକ ଅନୁଷ୍ଠାନ, ସମସ୍ତ ସରକାରୀ ଓ ବେସରକାରୀ ଓ କେନ୍ଦ୍ର ସରକାର ଙ୍କ କାର୍ଯ୍ୟାଳୟ, ସମସ୍ତ ଶିକ୍ଷା ଅନୁଷ୍ଠାନ, ସମସ୍ତ ପ୍ରକାରର ଯାନବାହାନ,ଦୋକାନ, ବଜାର ବନ୍ଦ ରହିଛି । ଏହି ବନ୍ଦ ପାଳନରେ ଅତ୍ୟାବଶ୍ୟକ ଜରୁରୀ ସେବାକୁ ବାଦ ଦିଆଯାଇଛି । ତେବେ ବାହାର କିଛି ଯାତ୍ରୀ ବନ୍ଦ ପାଳନକୁ ଜାଣି ନପାରି ଆସି ଯାଇଥିବାରୁ ବନ୍ଦ ପାଳନରେ ଫସି ଯାଇଛନ୍ତି।
ରାଜଗାଙ୍ଗପୁର ବିଧାୟକ ସିଏସ ରାଜନ ଏକ୍କାଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀ ରାଜଗାଙ୍ଗପୁର, କାଂଶବାହାଲ, ଓ କଲୁଙ୍ଗାରେ ପିକେଟିଂ କରିଛନ୍ତି। ୧୨ ଘଣ୍ଟିଆ ବନ୍ଦ ଡାକରା ସୁଦ୍ଧା ଯାନବାହାନ ଚଳାଚଳ ବନ୍ଦ ରହିଛି।
ଗୁଡାରିରେ ବନ୍ଦ ପାଳନ କରାଯାଇଛି।
କୋମନାରେ କଂଗ୍ରେସ ପକ୍ଷରୁ ପାଶା ମହାନନ୍ଦ ଓ ଶାହରୁଖ ଖାଁଙ୍କ ନେତୃତ୍ୱରେ ଜାତୀୟ ପଥ ଅବରୋଧ।
କୁଆଖିଆ ଠାରେ କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ କରାଯାଇଛି।
କଂଗ୍ରେସ ଦଳ ପକ୍ଷରୁ ବାଙ୍ଗିରିପୋଷି ଜାତୀୟ ରାଜପଥ ୧୮, ଜାତୀୟ ରାଜପଥ ୪୯, ଏମଡିଆର ୪୫ ରେ ଯାନବାହାନ ଯାତାୟାତ ବାଧାପ୍ରାପ୍ତ।
ମୟୂରଭଞ୍ଜ ଜିଲ୍ଲାର ରରୁଆଁ ବ୍ଳକରେ କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରାଯାଇଛି।
ବଲାଙ୍ଗୀର ଜିଲ୍ଲା ତୁଷୁରାରେ କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ଭାବରେ ବନ୍ଦ ପାଳନ କରା ହେଇଛି। ତୁଷୁରାର ସବୁ ସ୍କୁଲ କଲେଜ, ସମସ୍ତ ସରକାରି ଓ ବେସରକାରି କାର୍ଯ୍ୟାଳୟ ସମ୍ପୂର୍ଣ ଭାବରେ ବନ୍ଦ ରହିଛି।
ବଡ଼ଚଣାରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଏହି ବ୍ଲକ ଅନ୍ତର୍ଗତ ଚଣ୍ଡିଖୋଲ, ବାଲିଚନ୍ଦ୍ରପୁର,ଛତିଆ,ଧାନମଣ୍ଡଳ ଓ ବାଲିକୁଦା ଆଦି ବଜାରର ସମସ୍ତ ବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଛି । ଉଭୟ କଂଗ୍ରେସ ଓ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ନେତା ଓ କର୍ମୀମାନେ ବିଭିନ୍ନ ବଜାରରେ ପିକେଟିଂ କରି ବନ୍ଦ ସମ୍ପର୍କରେ ବ୍ୟବସାୟୀ ଓ ଲୋକ ମାନଙ୍କୁ ଅବଗତ କରାଉଛନ୍ତି।
ମୃତା ଛାତ୍ରୀଙ୍କୁ ନ୍ୟାୟ ଓ ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବିରେ କାମାକ୍ଷାନଗରରେ କଂଗ୍ରେସ ତରଫରୁ କଂଗ୍ରେସ ନେତା ପ୍ରଭୁଦତ ଭାତଙ୍କ ନେତୃତ୍ୱରେ ବନ୍ଦ କରାଯାଇଛି l ସହର ର ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଯାନବାହାନ ଚଳାଚଳ ବନ୍ଦ ରହିଛି l
ବସ୍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ବେଳେ ସହରର ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀ ପ୍ରତିବାଦ କରିଛନ୍ତି l କଂଗ୍ରେସ କର୍ମୀମାନେ ସହର ପରିକ୍ରମା କରି ସରକାରଙ୍କ ବିରୋଧରେ ନାରା ବାଜି ଦେବା ସହ ଲୋକ ଙ୍କ ସହଯୋଗ କାମନା କରିଥିଲେ l ପରେ ସ୍ଥାନୀୟ ହନୁମାନ ବଜାର ଠାରେ କଂଗ୍ରେସର ବରିଷ୍ଠ ନେତା ପ୍ରଭୁଦତ୍ତ ଭଟ୍ଟଙ୍କ ନେତୃତ୍ୱରେ ବହୁ କଂଗ୍ରେସ କର୍ମୀ ରାଜ୍ୟ ସରକାରଙ୍କ ଅପାରଗତା କୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ମୃତା ଛାତ୍ରୀ ଙ୍କୁ ନ୍ୟାୟ ଦାବି କରିଛନ୍ତି l ମୃତକ ଙ୍କୁ ନ୍ୟାୟ ମିଳିବା ସହ ମୁଖ୍ୟମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି କଂଗ୍ରେସ କର୍ମୀ l
ଏହି ବନ୍ଦରେ ଜନସାଧାରଣଙ୍କ ସହଯୋଗ ଦେଖିବାକୁ ମିଳିଥିବା ବେଳେ କାମାକ୍ଷାନଗର ରେ ବନ୍ଦ ଏକପ୍ରକାର ସଫଳ ହୋଇଛି l ଆଗାମୀ ସମୟରେ ଯଦି ସରକାର ଏହି ଘଟଣା ରେ କୌଣସି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ ନକରନ୍ତି ତେବେ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ କଂଗ୍ରେସ ଦଳ ତରଫରୁ ଲଢେଇ ଜାରି ରହିବା ନେଇ କଂଗ୍ରେସ ନେତା ମାନେ ଚେତାବନୀ ଦେଇଛନ୍ତି l
ବାଲେଶ୍ବରରେ କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣାକୁ କେନ୍ଦ୍ର କରି ପ୍ରଦେଶ କଂଗ୍ରେସର ଆହ୍ବାନ କ୍ରମେ ସାରା ଓଡିଶା ବନ୍ଦ ଡାକରାର ପ୍ରଭାବ ଯାଜପୁରରେ ବି ଦେଖିବାକୁ ମିଳିଛି। ଜିଲ୍ଲା କଂଗ୍ରେସ ସଭାପତି ମନୋଜ ରାଉତଙ୍କ ନେତୃତ୍ବରେ କଂଗ୍ରେସ କର୍ମୀମାନେ ଏକ୍ରତିତ ହୋଇ ବନ୍ଦକୁ ସଫଳ କରିବାକୁ ଶାନ୍ତିପୂର୍ଣ୍ଣ ଭାବେ ଲୋକମାନଙ୍କୁ ଅନୁରୋଧ କରିଥିବା ବେଳେ ଦୋକାନ ବଜାର ବନ୍ଦ ରଖିବାକୁ ବ୍ୟବସାୟୀମାନଙ୍କୁ ଭେଟି ନିବେଦନ କରିଛନ୍ତି। ବନ୍ଦକୁ ସଫଳ କରିବାକୁ ଗତକାଲି ଡାକବାଜି ଦ୍ବାରା ପ୍ରଚାର କରାଯାଇଥିବା ବେଳେ ଆଜି ଏହି ବନ୍ଦକୁ ସାଧାରଣ ଲୋକ ସହଯୋଗ କରୁଥିବା ଦେଖିବାକୁ ମିଳିଛି।
ଧର୍ମଶାଳା କଂଗ୍ରେସ ପକ୍ଷରୁ ୧୬ନମ୍ବର ଜାତୀୟ ରାଜପଥର ଜାରକା ଛକ ନିକଟରେ ଓଡିଶା ବନ୍ଦ ଆନ୍ଦୋଳନ ଜାରି ରହିଛି।
ସୋରରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ସୋର କଂଗ୍ରେସ ପକ୍ଷରୁ ବିଧାୟକ ପାର୍ଥି ସୁବ୍ରତ ଧଡା,ନଗର ସଭାପତି ରାଜେନ୍ଦ୍ର ମହାନ୍ତି,ବ୍ଲକ ସଭାପତି ଶ୍ରୀକାନ୍ତ ଜେନାଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ ନେତା ଓ କର୍ମୀ ଜାତୀୟ ରାଜପଥରେ ଟାୟାର ଜାଳି ପ୍ରତିବାଦ କରିବା ସହିତ ସୋର ରେଳ ଷ୍ଟେସନରେ ଟ୍ରେନକୁ ଅଟକାଇବା ସହିତ ଖୋଲାଥିବା ଦୋକାନ ବଜାରକୁ ବନ୍ଦ କରିଥିଲେ। ଏହି ସମୟରେ ଜରୁରୀକାଳୀନ ସେବାକୁ ଛାଡି ଅନ୍ୟସମସ୍ତ ଗାଡି ମୋଟର ବନ୍ଦ କରାଯାଇଥିଲା
ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଜାରକା ଛକରେ କଂଗ୍ରେସ ନେତ୍ରୀ ମଧୁସ୍ମିତା ଆଚାର୍ଯ୍ୟ ଓ ତାଙ୍କ ସମର୍ଥକମାନେ ଓଡିଶା ବନ୍ଦ ଆନ୍ଦୋଳନରେ ସାମିଲ ଅଛନ୍ତି ।
ବଲାଙ୍ଗୀର ଜିଲ୍ଲାର ଦେଓଗାଁରେ କଂଗ୍ରେସ ବନ୍ଦ ପାଳନ କରୁଥିବାରୁ ଜାତୀୟ ରାଜପଥ ୨୬ଉପରେ ଗାଡ଼ି ଚଳାଚଳ ବନ୍ଦ ରହିଛି। ଯାହା ଫଳରେ ଏନ୍ଏଚ ୨୬ଉପରେ ଗାଁର କିଛି ଯୁବକ କ୍ରିକେଟ ଖେଳ ଖେଳୁଥିବା ଦେଖିବାକୁ ମିଳିଛି। ଗୋଟିଏ ପଟରେ ବନ୍ଦ ଚାଲିଥିବା ବେଳେ ଆଉ ଗୋଟିଏ ପଟରେ ପିଚୁ ରାସ୍ତା ପାଲଟିଛି ଖେଳ ପଡ଼ିଆ।
Odisha | congress | left parties