ଭୁବନେଶ୍ୱର: ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ପଦକ୍ଷେପ ନେବା ଦାବିରେ ଆଜି ନବନିର୍ମାଣ ଯୁବଛାତ୍ର ସଙ୍ଗଠନର କର୍ମକର୍ତ୍ତାମାନେ କୃଷିମନ୍ତ୍ରୀ ଡା.ଦାମୋଦର ରାଉତଙ୍କ ଘର ଭିିତରକୁ ଧସେଇ ପଶିଛନ୍ତି। ରାଜ୍ୟରେ ଚାଷୀ ଆତ୍ମହତ୍ୟା ଘଟଣା ନେଇ ଆଜି ନବନିର୍ମାଣ ଯୁବଛାତ୍ର ସଙ୍ଗଠନ ପକ୍ଷରୁ କୃଷିମନ୍ତ୍ରୀ ଡା.ଡାମୋଦର ରାଉତଙ୍କ ସରକାରୀ ବାସଭବନ ଘେରାଉ କରାଯିବା ସହିତ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିଲା। ବିକ୍ଷୋଭରେ ରାଜ୍ୟରେ ପ୍ରତିଦିନ ଚାଷୀ ଆତ୍ମହତ୍ୟା ଲାଗି ରହିଥିବା ବେଳେ ଏ ନେଇ କୃଷିମନ୍ତ୍ରୀ ଡା.ରାଉତ ପଦକ୍ଷେପ ନେବା ଦାବି କରି ସଙ୍ଗଠନର କର୍ମକତ୍ତାମାନେ ମନ୍ତ୍ରୀଙ୍କ ବାସଭବନ ପରିସରକୁ ଧସେଇ ପଶିଥିଲେ। ଏହି ଘଟଣାରେ ପୁଲିସ ୫ ଜଣ କର୍ମକର୍ତ୍ତାଙ୍କୁ ଧରି ଥାନାକୁ ନେଇଛି।
ଚାଷୀ ମୃତ୍ୟୁ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରି କୃଷିମନ୍ତ୍ରୀଙ୍କ ଘରେ ଧସେଇ ପଶିଲେ ବିକ୍ଷୋଭକାରୀ
/sambad/media/post_attachments/wp-content/uploads/2017/11/bbsr-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)