ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କ ଗିରଫ ଦାବିରେ ରାଜ୍ୟ ଛାତ୍ର ଓ ଯୁବ କଂଗ୍ରେସ ପକ୍ଷରୁ ଆଜି ବାଣୀବିହାର ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଯୁବ କଂଗ୍ରେସ ନେତା ମନୋଜ ବିଶ୍ୱାଳଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବିକ୍ଷୋଭରେ ଶ୍ରୀ ସାମଲଙ୍କ କୁଶପୁତ୍ତଳିକା ଦାହ କରାଯିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ପୂର୍ବତନ ମନ୍ତ୍ରୀ ସୋର ଅଞ୍ଚଳର ଜଣେ ଦିବ୍ୟାଙ୍ଗଙ୍କ ପରିବାରକୁ ନାନା ପ୍ରକାର ନିର୍ଯାତନା ଦେଉଛନ୍ତି। ଏନେଇ ଦିବ୍ୟାଙ୍ଗଙ୍କ ପତ୍ନୀ ଗତ ୧୮ ତାରିଖରେ ସୋର ଥାନାରେ ଏତଲା ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଘଟଣାର ତଦନ୍ତ କରାଯାଇ ନାହିଁ କି କାର୍ଯ୍ୟାନୁଷ୍ଠାନ ନିଆଯାଇନି। ପୂର୍ବରୁ ଦିଲ୍ଲୀ ଓଡ଼ିଶା ନିବାସରେ ଏକ ବନ୍ଦ କୋଠରିରେ ଜଣେ ମହିଳାଙ୍କ ସହ ଶ୍ରୀ ସାମଲ ରହୁଥିବା ନେଇ ଅଭିଯୋଗ ହୋଇଥିଲା। ଏଭଳି ଜଣେ ନେତାଙ୍କୁ ତୁରନ୍ତ ଗିରଫ କରିବାକୁ ସେ ଦାବି କରିଛନ୍ତି। ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ କିରଣ ସାହୁ, ଅଭିଷେକ ରାଉତ, ନିହାର ବେହେରା, ସୁବ୍ରତ ବେହେରା, ଅଶୋକ ନାୟକ, ଅନନ୍ତ ସାମନ୍ତରାୟ, ଆଶିଷ ମାହୁନ୍ତ, ଚେତନ ଜେନା, ସୌମ୍ୟ ଜେନା ପ୍ରମୁଖ ସାମିଲ ହୋଇଥିଲେ।