ଦେଶରେ ବଢୁଥିବା ତେଲ ଦରକୁ ନେଇ ପ୍ରତିବାଦ କରି ରାସ୍ତାକୁ ଓହ୍ଲାଇବ କଂଗ୍ରେସ

ଭୁବନେଶ୍ବର: ଦେଶରେ ବଢୁଥିବା ତେଲ ଦରକୁ ନେଇ କଂଗ୍ରେସର ପ୍ରେସମିଟ୍ । ଏହି ପ୍ରେସମିଟରେ କେନ୍ଦ୍ର ସରକାରଙ୍କୁ ପିସିସି ସଭାପତି କଡ଼ା‌ ସମାଲୋଚନା କରିଛନ୍ତି । ସେ କହିଛନ୍ତି, କେତେ ଶୋଷିଲେ ବିଜେପି ସରକାରର ମନ ସନ୍ତୁଷ୍ଟ ହେବ । ଦର ବଢୁଥିବା ବେଳେ ରାଜ୍ୟ ସରକାରଙ୍କର ମଧ୍ୟ ଦୟା ନାହିଁ । ଏହି ମହଙ୍ଗା ମାଡର ଲୋକେ ସଠିକ୍ ଜବାବ ଦେବେ।

ଆସନ୍ତା ୭ରୁ ୧୭ଯାଏ ରାଜ୍ୟବ୍ୟାପୀ କଂଗ୍ରେସ ଆନ୍ଦୋଳନ କରିବ । ୭ରେ ପ୍ରତ୍ୟେକ ବ୍ଲକ ଆଗରେ ଦଳ ପ୍ରତିବାଦ କରିବ । ୯ରେ ଜିଲ୍ଲାସ୍ତରରେ, ୧୪ରେ ଭୁବନେଶ୍ୱରରେ ଦର ବୃଦ୍ଧି ନେଇ ପ୍ରତିବାଦ ହେବ । ୧୫ରେ ଲୋକଙ୍କୁ ତେଲ ନକିଣିବାକୁ ଦଳ ଅନୁରୋଧ କରିବ । ୧୭ରେ ପ୍ରତି ପେଟ୍ରୋଲ ପମ୍ପ ଆଗରେ ଦସ୍ତଖତ ଅଭିଯାନ କରାଯିବ ।

ଅନ୍ୟପକ୍ଷରେ କୋଭିଡ୍ ଆକ୍ରାନ୍ତ ଓ ମୃତ୍ୟୁ ତଥ୍ୟ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି କଂଗ୍ରେସ । ମାସେ ଧରି ଦଳ କୋଭିଡ୍ ଆକ୍ରାନ୍ତ ଓ ମୃତ୍ୟୁର ତଥ୍ୟ ସଂଗ୍ରହ କରିବ । ଘରଘର ବୁଲି ତଥ୍ୟ ସଂଗ୍ରହ କରିବ କଂଗ୍ରେସ କର୍ମୀ । ଏହାକୁ ଏଆଇସିସି ନିକଟରେ ଦାଖଲ କରାଯିବ । ଏନେଇ ସୂଚନା ଦେଇଛନ୍ତି ପିସିସି ସଭାତି ନିରଂଜନ ପଟ୍ଟନାୟକ ।

 

ସମ୍ବନ୍ଧିତ ଖବର