ଦଳିତ ପୀଡିତା ଯୁବତୀଙ୍କ ପ୍ରତି ଅନ୍ୟାୟ ବିରୋଧରେ ପ୍ରତିବାଦ : ଦୁଇ ସଂଗଠନ ଜିଲ୍ଲାପାଳଙ୍କୁ ଦାବିପତ୍ର

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକର ସାଲେପାଲି ପଞ୍ଚାୟତର ଅଭିଯୁକ୍ତ ସରପଞ୍ଚ ରମେଶ ଚନ୍ଦ୍ର ସାହୁ ପୀଡିତା ଯୁବତୀଙ୍କୁ ଆବାସ ଯୋଜନା ନିମନ୍ତେ ଅନୈତିକ ପନ୍ଥା ନେଇ ତୀବ୍ର ପ୍ରତିବାଦ କରାଯାଇଛି । ସେହିଭଳି ସରପଞ୍ଚଙ୍କ ସମର୍ଥକମାନଙ୍କ ଦ୍ୱାରା ପୀଡିତାଙ୍କୁ ଥାନା ଭିତରେ ପଶି ପୁଲିସ ସମ୍ମୁଖରେ ମାଡ଼ ମାରିବା ଘଟଣା ଅତି ଉଦବେଗ ଜନକ ଅଟେ । ଦଳିତ ଅଧିକାର ମଞ୍ଚର ରାଜ୍ୟ ସଭାପତି କମଳ ଚରଣ ତାଣ୍ଡିଙ୍କ ନେତୃତ୍ୱରେ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।

ଦଳିତ ଯୁବତୀଙ୍କ ପ୍ରତି ଅନ୍ୟାୟ ଯୋଗୁଁ ସରପଞ୍ଚଙ୍କୁ ତୁରନ୍ତ ବହିଷ୍କାର, ଦଳିତ ଯୁବତୀ ଓ ତାଙ୍କ ପରିବାରଙ୍କୁ ପ୍ରଶାସନ ପକ୍ଷରୁ ସୁରକ୍ଷା ଦେବା, ଆବାସ ଘର ଯୋଗାଇ ଦେବା ଓ ସରକାରଙ୍କ ପକ୍ଷରୁ ୫୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିବା, ପୀଡିତାଙ୍କୁ ଆକ୍ରମଣ କରିଥିବା ସମସ୍ତଙ୍କୁ ଗିରଫ କରିବା ଓ ଥାନା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

ଏହି ପ୍ରତିନିଧି ଦଳରେ କାର୍ତ୍ତିକ ମହାନନ୍ଦ, ଅଜିତ ବେହେରା, ପଦ୍ମନାଭ ଜଗତ, ଶୋଭାରାମ ମହାନନ୍ଦ, ରାଜେଶ କୁମାର ବେହେରା, ଗୋବିନ୍ଦ ଅଦା, ଭୁଜବଲ ଜଗତ ପ୍ରମୁଖ ସାମିଲ ହୋଇଥିଲେ । ସେହିଭଳି ଅଲ ଓଡିଶା ସିଡୁଲ କାଷ୍ଟ ଫେଡେରେସନ ପକ୍ଷରୁ ତୁରନ୍ତ ପୀଡିତାଙ୍କୁ ନ୍ୟାୟ ପ୍ରଦାନ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଏଥିରେ ଦିଗାମ୍ବର ନାଏକ, ଯତୀନ୍ଦ୍ର କର ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର

Comments are closed.