ଭୁବନେଶ୍ବର : ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଆଜି (ମଙ୍ଗଳବାର) ରାଜ୍ୟବ୍ୟାପୀ ପେଟ୍ରୋଲ ପମ୍ପ ସମ୍ମୁଖରେ ପିକେଟିଂ କରିବ ନବନିର୍ମାଣ ଯୁବ ଛାତ୍ର ସଂଗଠନ। ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସମସ୍ତ ପେଟ୍ରୋଲ ପମ୍ପ ସାମନାରେ ଏଭଳି ଆନ୍ଦୋଳନ କାର୍ଯ୍ୟକ୍ରମ ଶାନ୍ତିପୂର୍ଣ୍ଣ ଭାବେ କରାଯିବ ବୋଲି ସଂଗଠନର ରାଜ୍ୟ ସଂଯୋଜକ ମହମ୍ମଦ ମନୱର ଅଲ୍ଲୀ ଜଣାଇଛନ୍ତି।
ସେ କହିଛନ୍ତି ଯେ ଏହି ସମୟରେ ପେଟ୍ରୋଲ ପମ୍ପ ବନ୍ଦ ରଖିବା ଲାଗି ପମ୍ପ ମାଲିକମାନଙ୍କୁ ଅନୁରୋଧ କରାଯିବ। ତେଲ ଦର ସମେତ ଅନ୍ୟ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଦରରେ ମଧ୍ୟ ଅହେତୁକ ବୃଦ୍ଧି ପାଇଛି। ସାଧାରଣ ଲୋକଙ୍କୁ ଏହା ଯନ୍ତ୍ରଣା ଦେଉଥିବା ବେଳେ ସରକାର ନିରବଦ୍ରଷ୍ଟା ସାଜିଛନ୍ତି। ତେଣୁ ଏହାର ପ୍ରତିବାଦ ଜଣାଇ ଏହି ଆନ୍ଦୋଳନ କାର୍ଯ୍ୟକ୍ରମ କରାଯିବାକୁ ସ୍ଥିର କରାଯାଇଛି। ବିଭିନ୍ନ ସ୍ଥାନରେ ସଂଗଠନର କର୍ମକର୍ତାମାନେ ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରିବେ। ସେ ଏବଂ ସଂଗଠନର ଅନ୍ୟ କର୍ମକର୍ତା କାଲି ରାଜଧାନୀରେ ଅନଶନରେ ବସିବେ ବୋଲି ଶ୍ରୀ ଅଲ୍ଲୀ ଜଣାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/navanirman.jpg)