ବାଂଶପାଳ : ବାଂଶପାଳ ବ୍ଲକ ଉପର ରାଇଗୋଡ଼ା ପଞ୍ଚାୟତର ଲୋକେ ସ୍ଥାନୀୟ ନିଯୁକ୍ତି ସମେତ ବିଭିନ୍ନ ଦାବି ନେଇ ଅଁରାସ୍ଥିତ ଶ୍ରୀ ମେଟାଲିକ କାରଖାନାର ରାସ୍ତା ଅବରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଗ୍ରାମବାସୀଙ୍କ ବିକ୍ଷୋଭ ଯୋଗୁଁ କାରଖାନାରୁ ପରିବହନ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି।

Advertisment

କାରଖାନା ଖୋଲିବା ଆଗରୁ କର୍ତ୍ତୃପକ୍ଷ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। କାରଖାନା ପ୍ରତିଷ୍ଠା ପରେ ସ୍ଥାନୀୟ ଯୁବକଙ୍କ ପରିବର୍ତ୍ତେ ଜିଲ୍ଲା ତଥା ରାଜ୍ୟ ବାହାର ଲୋକଙ୍କୁ ନିଯୁକ୍ତି ଦିଆଯାଉଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ସରପଞ୍ଚ ବିନତି ପ୍ରଧାନଙ୍କ ନେତୃତ୍ବରେ ଉପର ରାଇଗୋଡ଼ା ଓ ଆଖପାଖ ଗାଁର ଲୋକେ ବି‌କ୍ଷୋଭ ପ୍ରଦର୍ଶନ କରିଛନ୍ତି। ବ୍ଲକ୍‌ ଅଧ୍ୟକ୍ଷ ମାନସ କୁମାର ଦେହୁରୀ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି।