ବ୍ୟାସନଗର : ଚିଟ୍ଫଣ୍ଡ ଟଙ୍କା ଫେରସ୍ତ ଦାବିରେ ଆର୍ଥିକ ସଂସ୍ଥାମାନଙ୍କ ଦ୍ଵାରା କ୍ଷତିଗ୍ରସ୍ତ ମିଳିତ ମଞ୍ଚ ପକ୍ଷରୁ ବ୍ୟାସନଗର ତହସିଲ୍ କାର୍ଯ୍ୟାଳୟରେ ଜମାକାରୀ ଗଣ ସତ୍ୟାଗ୍ରହ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବ୍ୟାସନଗର ତହସିଲଦାରଙ୍କୁ ଏ ସଂକ୍ରାନ୍ତ ଦାବିପତ୍ର ପ୍ରଦାନ କରାଯାଇଛି।
ଜମାକାରୀଙ୍କ କହିବାନୁସାରେ ତଦନ୍ତ କମିସନଙ୍କ ୭ ପର୍ଯ୍ୟାୟର ସୁପାରିସରେ ତହସିଲ ମାଧ୍ୟମରେ ଯାଞ୍ଚ ସରିଥିବା ସମସ୍ତ ଜମାକାରୀଙ୍କୁ ଟଙ୍କା ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ହୋଇଥିଲା। ୨୦୧୯ ନିର୍ବାଚନ ସମୟରେ କେତେକ କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରସ୍ତ କରାଯାଇଥିବାବେଳେ ୫୦ ଲକ୍ଷ ଜମାକାରୀଙ୍କୁ ସରକାର ଭଣ୍ଡାଉଛନ୍ତି। କମ୍ପାନିଗୁଡ଼ିକଠାରୁ ସରକାର ବ୍ୟାଙ୍କଜମା, ଟଙ୍କା, ସୁନା, ରୁପା, ଜମି, କୋଠାବାଡ଼ି, ଶିଳ୍ପ ସମେତ ବିଭିନ୍ନ ଅସ୍ଥାବର ସମ୍ପତ୍ତି ଜବତ କରିନେଇଛନ୍ତି। ଏହାକୁ ବିକ୍ରିକରି ସରକାର ଟଙ୍କା ରଖିଥିବା ବେଳେ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଅର୍ଥ ଫେରସ୍ତ କରୁନାହାନ୍ତି।
ଜମାକାରୀ ମିଳିତ ମଞ୍ଚ ନେତୃତ୍ବରେ ବାରମ୍ବାର ଆନ୍ଦୋଳନ ହେବାରୁ ସରକାର ବିଭିନ୍ନ ପ୍ରକାର ତଦନ୍ତ ଘୋଷଣା କରିବା ସହ କପର୍ସ ପାଣ୍ଠି ଗଠନ କରି ଟଙ୍କା ଫେରସ୍ତ ପ୍ରତିଶ୍ରୁତି ଦେଇଥିଲେ। ତଦନ୍ତ କମିସନଙ୍କ ସତ୍ୟପାଠ ଆହ୍ଵାନକ୍ରମେ ଜମାକାରୀମାନେ ନିଜ ଜମାରାଶି ପ୍ରମାଣ ସହ କୋର୍ଟ ଫି ଦେଇ ସତ୍ୟପାଠ ରେଜେଷ୍ଟ୍ର ପୋଷ୍ଟ କରି ପଠାଇଥିଲେ। ପ୍ରଥମେ ୭ ଟି ପର୍ଯ୍ୟାୟରେ ୫ କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରସ୍ତ ପାଇଁ ତଦନ୍ତ କମିସନ ସୁପାରିସ କରିଥିଲେ। ସରକାର ଚିଟ୍ ଫଣ୍ଡ ସଂସ୍ଥାଙ୍କ ଆକାଉଣ୍ଟ ଓ ସମ୍ପତ୍ତି ଜବତ କରି କୋଟିକୋଟି ଟଙ୍କା ପାଇଥିବା ବେଳେ ତାହା ଜମାକାରୀଙ୍କୁ ଫେରାଉ ନାହାନ୍ତି। ପ୍ରଥମେ ଚିଟ୍ ଫଣ୍ଡ ସଂସ୍ଥା ଠକିଥିଲା, ଏବେ ସରକାର ଠକୁଛନ୍ତି। ଜମାଟଙ୍କା ଫେରସ୍ତ କରା ନ ଗଲେ କ୍ଷତିଗ୍ରସ୍ତ ୫୦ ଲକ୍ଷ ଜମାକାରୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଆରତି ଦାସ, ବିଚିତ୍ର ଦାସ, ଆଶିଷ ଶତପଥୀ, ଜୟରାମ ପଲାଇ, ସମର କୁମାର ଦେବନାଥ ଚେତାବନୀ ଦେଇଛନ୍ତି।
/sambad/media/post_attachments/wp-content/uploads/2022/02/816f7ae2-024a-4646-8bf9-4646d7c8491f.jpg)
ସେହିପରି ଚିଟ୍ଫଣ୍ଡ ଠକେଇକୁ ନେଇ ଶୁକ୍ରବାର ଦିନ ଯାଜପୁର ଜିଲ୍ଲାର ସବୁ ତହସିଲ ସମ୍ମୁଖରେ ଚିଟଫଣ୍ଡ ଜମାକାରୀଙ୍କୁ ନେଇ ବିକ୍ଷୋଭ କରାଯାଇଥିଲା। ଚିଟଫଣ୍ଡ କମ୍ପାନିଗୁଡ଼ିକୁ ସରକାର ଜବତ କରିଥିବା ବେଳେ ଏଯାବତ୍ ଜମାକାରୀ ଟଙ୍କାଟିଏ ବି ଅର୍ଥ ପାଇପାରି ନାହାନ୍ତି। ସରକାରଙ୍କ କର୍ପସ ଫଣ୍ଡ କୁଆଡ଼େ ଗଲା ବୋଲି ଜମାକାରୀ ପ୍ରଶ୍ନ କରିଥିଲେ। ସେତେବେଳେ କମ୍ପାନି ଠକେଇଥିଲା। ଏବେ ସରକାର ଠକୁଥିବାର ସେମାନେ ଅଭିଯୋଗ କରିଛନ୍ତି। ଗରିବଙ୍କ ଟଙ୍କାକୁ ସରକାର ଫେରସ୍ତ ନକଲେ ସେମାନେ ଆଇନକୁ ହାତକୁ ନେବାକୁ ଚେତାବନୀ ଦେଇଛନ୍ତି। ଯାଜପୁର ଜିଲ୍ଲାରେ ଲକ୍ଷାଧିକ ଜମାକାରୀ ଠକେଇର ଶିକାର ହୋଇଛନ୍ତି। ଗତ ସାଧାରଣ ନିର୍ବାଚନ ସମୟରେ ସରକାର ଟଙ୍କା ଫେରସ୍ତ ପ୍ରତିଶ୍ରୁତି ଦେଇଥିବାବେଳେ ପରେ ଭୁଲି ଯାଇଥିଲେ। ଏହାକୁ ବିରୋଧ କରି ଆଜି ଅର୍ଜୁନ କୁମାର ବେହେରା, ଆଲୋକ ଚନ୍ଦ୍ର ବାରିକ, ଉମେଶ ଚନ୍ଦ୍ର ସାହୁ, ଅରୁଣ ତରେଇଙ୍କ ସହ ୪୦ ଊର୍ଦ୍ଧ୍ବ ଜମାକାରୀ ତହସିଲ ଆଗରେ ଧାରଣା ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/697ee4d6-68ee-4a16-9b15-37f95fb52136.jpg)