ଭୁବନେଶ୍ବର : ରାଷ୍ଟ୍ରୀୟ ମଜଦୁର୍ କଂଗ୍ରେସର ଯୁବ ଶାଖା ପକ୍ଷରୁ ଆଜି ବିଭିନ୍ନ ଦାବି ନେଇ ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ଓ ସତ୍ୟାଗ୍ରହ କରାଯାଇଛି। ଭୁବନେଶ୍ବରର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଯୁବ ଶାଖା ରାଜ୍ୟ ସଭାପତି ସତ୍ୟବ୍ରତ ନାୟକଙ୍କ ନେତୃତ୍ବରେ ଆୟୋଜିତ ବିକ୍ଷୋଭ କାର୍ଯ୍ୟକ୍ରମରେ ବରିଷ୍ଠ ଓ ଯୁବ ନେତାମାନେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନବିରୋଧୀ ନୀତିର ତୀବ୍ର ସମାଲୋଚନା କରିଥିଲେ। ଶ୍ରୀ ନାୟକ କହିଥିଲେ ଯେ ସାରା ଦେଶରେ ବିମୁଦ୍ରୀକରଣ, ଭୁଲ୍ ଜିଏସ୍ଟି ନୀତି ଏବଂ ସାମ୍ପ୍ରତିକ କୋଭିଡ୍-୧୯ ଜନିତ ସ୍ଥିତିରେ ସାରା ଦେଶରେ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଛି। କେନ୍ଦ୍ର ଓ ରାଜ୍ୟ ସରକାର ମନଇଚ୍ଛା ଟିକସ ବସାଉଥିବା ଯୋଗୁ ତୈଳ ଦର ଅହେତୁକ ବୃଦ୍ଧି ପାଉଛି। ବେରୋଜଗାର ଓ ଦରଦାମ ବୃଦ୍ଧି ଯୋଗୁ ଯୁବ ସମାଜ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି। ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ମଜଦୁର୍ କଂଗ୍ରେସର ରାଜ୍ୟ ସଭାପତି ରାମଚନ୍ଦ୍ର ଖୁଣ୍ଟିଆ, ବିଧାୟକ ସୁରେଶ ରାଉତରାୟ, ସାଧାରଣ ସମ୍ପାଦକ କିଶୋର ଜେନା, ରାଷ୍ଟ୍ରୀୟ ମଜଦୁର୍ କଂଗ୍ରେସର ଯୁବ ଶାଖାର ଭୁବନେଶ୍ବର ଜିଲ୍ଲା ସଭାପତି ଜୟକୃଷ୍ଣ ମଲ୍ଲିଆ, ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ, ପ୍ରଶାନ୍ତ ମହାପାତ୍ର, ଶ୍ୟାମ ସୁନ୍ଦର ମହାପାତ୍ର, ପ୍ରଣତି ମିଶ୍ର, ପଦ୍ମାକର ଗୁରୁ ଓ ବିଶ୍ବଜିତ ଦାସ ପ୍ରମୁଖ ସାମିଲ୍ ହୋଇଥିଲେ।
ରାଷ୍ଟ୍ରୀୟ ମଜଦୁର୍ କଂଗ୍ରେସ ଯୁବ ଶାଖା ପକ୍ଷରୁ ବିକ୍ଷୋଭ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ନୀତିକୁ ବିରୋଧ
/sambad/media/post_attachments/wp-content/uploads/2021/01/m7-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)