ଅଗଷ୍ଟ ୧ରୁ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ମିଳିବ ଦୁଇମାସର କିରାସିନି

ଭୁବନେଶ୍ୱର: ଆସନ୍ତା ଅଗଷ୍ଟ ୧ରୁ ୨୫ ତାରିଖ ମଧ୍ୟରେ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ଅଗଷ୍ଟ ଓ ସେପ୍ଟେମ୍ବର ମାସର କିରାସିନି ଦିଆଯିବ। ଏହି ଦୁଇମାସ ପାଇଁ ହିତାଧିକାରୀଙ୍କୁ କାର୍ଡ ପିଛା ମିଳିବ ୫ ଲିଟର କିରାସିନି। ଆଜି ଏ ନେଇ ଖାଦ୍ୟ ଯୋଗାଣ ବିଭାଗ ଯୁଗ୍ମ ସଚିବ ଡି.କେ. ସାହୁ ସମସ୍ତ ଜିଲ୍ଲାପାଳଙ୍କୁ ଅବଗତ କରାଇଛନ୍ତିି। ସେ ଦର୍ଶାଇଛନ୍ତିି ଯେ ଅଗଷ୍ଟ ଓ ସେପ୍ଟେମ୍ବର ମାସ ପାଇଁ ମୋଟ ୪୨୬୯୦.୩୬୮ କିଲୋଲିଟର କିରାସିନି ଆବଣ୍ଟନ କରାଯିବ। ଚାଉଳ, ଗହମ ସହିତ ଏହି କିରାସିନି ଯୋଗାଇ ଦିଆଯିବ। ଏଥିପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଛି। ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ରାଜ୍ୟର ୮୬ ଲକ୍ଷ ୮୦ ହଜାର ୩୬୫ଟି ପରିବାରର ୩ କୋଟି ୨୨ ଲକ୍ଷ ୬୭ ହଜାର ୧୦୩ଜଣ ହିତାଧିକାରୀଙ୍କୁ କିରାସିନି ମିଳିବ।

ସମ୍ବନ୍ଧିତ ଖବର