ରାଜଧାନୀରେ ବିଦ୍ୟୁତ୍ ବିଭ୍ରାଟ ନେଇ ମୁଖ୍ୟ ଶାସନ ସଚିବଙ୍କ ଟୁଇଟ ଉପରେ ବିଜେପିର ପ୍ରତିକ୍ରିୟା

ବିଜେଡ଼ି ସରକାର ଡିସକମ କମ୍ପାନୀ ପାଖରେ ସମ୍ପୂର୍ଣ୍ଣ ବିକ୍ରି ହୋଇ ଯାଇଛି: ପୃଥ୍ୱୀରାଜ

ଭୁବନେଶ୍ୱର: ରାଜଧାନୀରେ ବିଦ୍ୟୁତ୍ ବିଭ୍ରାଟ ନେଇ ମୁଖ୍ୟ ଶାସନ ସଚିବଙ୍କ ଟୁଇଟ ଉପରେ ବିଜେପିର ପ୍ରତିକ୍ରିୟା ସାମ୍ନାକୁ ଆସିଛି | ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ ସରକାର ନିଜେ ବହୁ ଟଙ୍କା ଖର୍ଚ୍ଚ କରି ଭୂତଳ କେବୁଲ ବିଛାଇବା ପାଇଁ ଗୋଟିଏ ଯୋଜନା କରିଥିଲେ | ଆଶା ଥିଲା ପ୍ରାକୃତିକ ବିପର୍ଯ୍ୟୟ ହେଲେ ମଧ୍ୟ ଲୋକ ବିଦ୍ୟୁତ ସେବା ପାଇ ପାରିବେ | ଆଜି ଗାଁ ଗହଳି ପରି ପରିସ୍ଥିତି ଭୁବନେଶ୍ୱରରେ ଦେଖା ଦେଇଛି | ଗତକାଲି ଝଡବର୍ଷା ପରେ ପୁରା ଭୁବନେଶ୍ୱରରେ ୪ରୁ ୫ ଘଣ୍ଟା ପାଇଁ ଲାଇନ କଟିଗଲା |

ଯଦି ନିଜ ଦାୟିତ୍ଵ ରାଜ୍ୟ ସରକାର, ଶକ୍ତି ବିଭାଗ ଓ ବିଦ୍ୟୁତ ବିତରଣ କମ୍ପାନୀର ଗୁରୁତ୍ଵ ସହ ନେଇଥାନ୍ତେ, ତାହାଲେ ଏପରି ସ୍ଥିତି ହୋଇ ନଥାନ୍ତା | ମାତ୍ର ୧୫ ରୁ ୨୦ ମିନିଟ ପବନରେ ଯଦି ଏମିତି ତେବେ ଅଧିକ ହୋଇଥିଲେ କଣ ଅବସ୍ଥା ହେବ | ବାସ୍ତବରେ ମୁଖ୍ୟ ଶାସନ ସଚିବ ଯେଉଁ କଥା କହିଛନ୍ତି ଠିକ୍ କହିଛନ୍ତି | ଯଦି କାଳବୈଶାଖୀ ଆଉ ଟିକେ ଅଧିକା ହୋଇଥାନ୍ତା ତାହାଲେ ଆଜି ଯାଏ ଭୁବନେଶ୍ୱର ଅନ୍ଧାର ହୋଇଥାନ୍ତା | ଏ ସରକାର ସମ୍ପୁର୍ଣ୍ଣ ଭାବେ ବିକ୍ରିବଟାର ସରକାର, ଟାଟା ପାୱାର ଲୋକଙ୍କୁ ଶୋଷଣ କରୁଛି |

ସମ୍ବନ୍ଧିତ ଖବର