ଭୁବନେଶ୍ବର: ‘‘ସମସ୍ତ ଜଗତକୁ ରକ୍ଷା କରିବା ପାଇଁ ‘ସମ୍ବାଦ’ ପରିବାର ଯେଉଁଭଳି ‘ପୁନଶ୍ଚ ପୃଥିବୀ’ ନାମରେ ଏକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛି; ତାହା ଅନ୍ୟମାନଙ୍କ ପାଇଁ ଅନୁକରଣୀୟ ହେବ। ଏଥିପାଇଁ ସମ୍ବାଦ ପରିବାର ଅଭିନନ୍ଦନୀୟ’’ ବୋଲି ସମ୍ବାଦ ଗ୍ରୁପ୍ର ୩ ଦିନିଆ ‘ପୁନଶ୍ଚ ପୃଥିବୀ’ କାର୍ଯ୍ୟକ୍ରମରେ ଯୋଗ ଦେଇ ଆଇନ୍, ଅବକାରୀ ଓ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି।
ସେ ଆହୁରି ବି କହିଛନ୍ତି ଯେ ‘‘ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଭିନ୍ନ ଭିନ୍ନ ବର୍ଗର ଲୋକେ ସଚେତନ ହେଲେ ପରିବେଶ ସୁରକ୍ଷା ସମ୍ଭବ ହୋଇପାରେ। ବିକାଶର ବଡ଼ ଆବଶ୍ୟକତା ହେଉଛି ଗମନାଗମନ। ଏଥିଲାଗି ରାସ୍ତା ତିଆରି ବେଳେ ପରିବେଶଜନୀତ ସମସ୍ୟା ସୃଷ୍ଟି ହୋଇଥାଏ। ରାସ୍ତା ତିଆରିବା ବେଳେ ଗଛ କାଟିବାକୁ ପଡ଼େ। ଏହା ପରିବେଶକୁ ନଷ୍ଟ କରିଥାଏ। କିନ୍ତୁ ବିକାଶ ଓ ପରିବେଶକୁ କ୍ଷତି ନକରି ବା ସର୍ବନମ୍ନ କ୍ଷତି କରି ଏ ଦିଗରେ ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟଶୈଳୀ ଭିତରେ ଉଭୟ ପ୍ରକ୍ରିୟାକୁ ଆଗେଇ ନେବାକୁ ପଡ଼ିବ। ଏଥିପାଇଁ ସମସ୍ତଙ୍କୁ ଚିନ୍ତା କରିବାକୁ ପଡ଼ିବ। ଗତ ୨୦୨୪ ବିଧାନସଭା ନିର୍ବାଚନରେ ପରିବେଶ ସୁରକ୍ଷାକୁ ବିଜେପି ନିଜର ଘୋଷଣାପତ୍ରରେ ସ୍ଥାନିତ କରିଥିଲା। ଏହାର ଦାୟିତ୍ବ ମୋ ଉପରେ ନ୍ୟସ୍ତ ଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପରିବେଶଜନୀତ ଭିନ୍ନ ଭିନ୍ନ ବିନ୍ଦୁ ଉପରେ ପ୍ରସ୍ତୁତ ଡ୍ରାଫ୍ଟକୁ ମଧ୍ୟ ପ୍ରଦାନ କରଯାଇଥିଲା। ଯାହା ଦେଖି ପ୍ରଧାନମନ୍ତ୍ରୀ ଖୁସି ପ୍ରକଟ କରିଥିଲେ କି ପରିବେଶକୁ ମଧ୍ୟ ଘୋଷଣାପତ୍ରରେ ସ୍ଥାନ ଦିଆଯାଇପାରୁଛି।’’
ଯେଉଁ ଅଞ୍ଚଳରେ ନୂଆ ରାସ୍ତା ତିଆରି ହେଉଛି ଓ ସେଥିପାଇଁ ଗଛ କାଟିବାକୁ ପଡୁଛି; ସେଠାରେ ବୃକ୍ଷରୋପଣ କରାଯାଇ ତାହାର ସଂରକ୍ଷଣ ଦିଗରେ ଆମ ସରକାର ଏକ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି ପ୍ରକ୍ରିୟା ସଫଳ ହେବ ବୋଲି ମୁଁ ଆଶାବାଦୀ। ଏଥିପାଇଁ ସରକାର ଆର୍ଥିକ ସହଯୋଗ କରିବାକୁ ମଧ୍ୟ ଯୋଜନା କରିଛନ୍ତି। ରାଜ୍ୟ, ରାଜପଥର ସଂପ୍ରସାରଣ ସମୟରେ ଏହାର ପାର୍ଶ୍ବରେ ବୃକ୍ଷରୋପଣକୁ ସରକାର ବାଧ୍ୟତାମୂଳକ କରିଛନ୍ତି ବୋଲି ସେ ମତ ବ୍ୟକ୍ତ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/10/06/untitled-11-2025-10-06-13-06-11.jpg)