ବଲାଙ୍ଗୀର: ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗଙ୍କ ଗାଡିକୁ ଅଟକାଇ ପିଏସ୍ଓ ଏବଂ ଡ୍ରାଇଭରଙ୍କୁ ଆକ୍ରମଣ କରି ନିଶାଖୋର ଯୁବକମାନେ ଫେରାର ମାରିଛନ୍ତି । ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ ବୁର୍ଡା ଛକ ଠାରେ ଏଭଳି ଘଟଣା ଘଟିଛି ।
ସୂଚନା ଅନୁସାରେ ଆଜି ବିଧାୟକ ମୁକେଶ ମହାଲିଙ୍ଗ ବାଦିବାହାଲ ଗାଁରେ ଏକ କାର୍ଯ୍ୟକ୍ରମ ସାରି ନିଜ ଗାଁ ନଅଗାଁ(ଖ)କୁ ଫେରୁଥିଲେ । ହଠାତ ବଲାଙ୍ଗୀର-ସମ୍ୱଲପୁର ୨୬ ନମ୍ବର ଜାତୀୟ ରାଜପଥର ବୁର୍ଡା ଛକ ଠାରେ ଦୁଇଜଣ ଯୁବକ ବାଇକରେ ଆସି ଗାଡିକୁ ଅଟକାଇ ସାମ୍ନାରେ ବାଇକ ରଖିଦେଇଥିଲେ । ପିଏସ୍ଓ ଶଂକର ବରିହା ଏବଂ ଡ୍ରାଇଭର ଦେବରାଜ ନାଗ ବାଇକକୁ ସେଠାରୁ ହଟାଇଦେବା ପାଇଁ କହିଥିଲେ । ତାପରେ ସଂଗେ ସଂଗେ ଦୁଇ ଯୁବକ ଡ୍ରାଇଭର ଏଵଂ ପିଏସ୍ଓଙ୍କୁ ଆକ୍ରମଣ କରିଥିଲେ । ଦୁଇଜଣ ତଲେ ପଡିଯିବାରୁ ଗୁରୁତର ଭାବେ ଆହତ ହୋଇଥିଲେ।
/sambad/media/post_attachments/wp-content/uploads/2022/04/Capture-9.jpg)
ବିଧାୟକ ଗାଡିରୁ ଓହ୍ଲାଇବା ପରେ ଦୁଇ ଦୁର୍ବୃତ୍ତ ଫେରାର ମାରିଥିଲେ। ଗୁରୁତର ଡ୍ରାଇଭର ଏବଂ ପିଏସ୍ଓଙ୍କୁ ଲୋଇସିଂହା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ଲୋଇସିଂହା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଆକ୍ରମଣକାରୀ ଦୁଇ ଯୁବକ ଫେରାର ଥିବା ଜଣାପଡିଛି । ତେବେ ଦୁର୍ବୃତ୍ତଙ୍କ ଆକ୍ରମଣରେ ବିଧାୟକ ଓ ତାଙ୍କର ଗାଡ଼ି କିଛି କ୍ଷତି ହୋଇ ନଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/277975867_374199551283170_8903689850137496861_n.jpg)