ଭଦ୍ରକ: ଭଦ୍ରକ ତହସିଲ ଅନ୍ତର୍ଗତ ରାନ୍ଦିଆ ଠାରେ ଅବସ୍ଥିତ ଫେକର ବେଦାନ୍ତ କମ୍ପାନି ତାର କାରଖାନାର ସମ୍ପ୍ରସାରଣ ନିମନ୍ତେ ରାଜ୍ୟ ପ୍ରଦୂଷଣ ବୋର୍ଡ ଠାରେ ସ୍ୱୀକୃତି ପାଇଁ ଆବେଦନ କରିଥିଲା। କାରଖାନା ଆଖପାଖ ଦଶ କିଲୋମିଟର ପରିଧିରେ ଥିବା ଜନ ବସତି ବା ପଞ୍ଚାୟତ ଗୁଡିକ ପ୍ରଭାବିତ ହବାର ସମ୍ଭାବନାକୁ ଲକ୍ଷକୁ ନେଇ ରାଜ୍ୟ ପ୍ରଦୂଷଣ ବୋର୍ଡ ପକ୍ଷରୁ ସ୍ଥାନୀୟ ରାନ୍ଦିଆ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ଜନ ଶୁଣାଣି କାର୍ଯ୍ୟକ୍ରମର ଆୟୋଜନ କରାଯାଇ ଥିଲା। କମ୍ପାନି ପକ୍ଷରୁ ଫର୍ନେସକୁ ଅଧିକ କ୍ଷମତାଶାଳୀ କରିବା ଦ୍ୱାରା ଆଖପାଖ ପାଖାପାଖି ଦଶ କିଲୋମିଟର ପରିଧିର ପରିବେଶ ପ୍ରଦୂଷଣ ହେବାର ଆକଳନ କରି କମ୍ପାନି ପକ୍ଷରୁ ଏହାକୁ ରୋକିବା ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବା ସହ ଏହି ଅଞ୍ଚଳର ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ, ବୃକ୍ଷ ରୋପଣ ଇତ୍ୟାଦି କ୍ଷେତ୍ରରେ ଯଥେଷ୍ଟ ଧ୍ୟାନ ଦେଇ ଉନ୍ନତି ଆଣିବାର ନିୟମ ରହିଛି।
Advertisment
ତେବେ ଉପସ୍ଥିତ ସ୍ଥାନୀୟ ବାସିନ୍ଦା ବିଗତ ଦିନରେ କମ୍ପାନି ପାଖରୁ ଆଖପାଖ ଅଞ୍ଚଳର ଉନ୍ନତି ନିମନ୍ତେ ମିଳିଥିବା ପ୍ରତିଶ୍ରୁତି ଆଂଶିକ ଭାବେ ପୂରଣ ହୋଇଥିବା ବେଳ ପୁନର୍ବାର କମ୍ପାନି ସମ୍ପ୍ରସାରଣକୁ ଜନ ଶୁଣାଣିରେ ସ୍ୱାଗତ କରିଥିବା ବେଳେ ପୂର୍ବ ପ୍ରତିଶୃତି ରକ୍ଷା କରିବା ସହ ଆଞ୍ଚଳିକ ଉନ୍ନତି ଓ ସ୍ଥାନୀୟ ନିଯୁକ୍ତିକୁ ପ୍ରାଧାନ୍ୟ ଦେବା ପାଇଁ ବିଭିନ୍ନ ମହଲରୁ ଦାବି କରାଯାଇଥିଲା। ପରିବେଶ ସୁରକ୍ଷା, ରାସ୍ତାଘାଟର ଉନ୍ନତି କରାଯିବା ଓ ଆଞ୍ଚଳିକ ବିକାଶ କର୍ଯ୍ୟାକୁ ତ୍ୱରାନ୍ୱିତ କରାଯିବା ନେଇ ଦାବି କରାଯାଇଥିଲା ।ଆରୋପ ଓ ପ୍ରତ୍ୟାରୋପ ଭିତରେ ଜନ ଶୁଣାଣି ଶେଷ ହୋଇଥିଲା। ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦିଆ ଯିବା ଉପରେ ଦାବି କରାଯାଇଥିଲା।
publive-image
ଦାବି ପୂରଣ ନ ହେଲେ ଆଗକୁ ଜନ ଆନ୍ଦୋଳନର ଚେତାବନୀ ମଧ୍ୟ ଦେଇଥିଲେ ଉପସ୍ଥିତ ସାଧାରଣ ଜନତା। ଏହି ଜନ ଶୁଣାଣିରେ ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ ମହାନ୍ତି, ଉପଜିଲ୍ଲାପାଳ ମନୋଜ ପତ୍ର, ଉପଆରକ୍ଷୀ ଅଧୀକ୍ଷକ ସୌରଭ ହୋତା, ଅଂଶୁମାନ ଦ୍ୱିବେଦୀ, ପ୍ରଦୂଷଣ ବୋର୍ଡର ଆଞ୍ଚଳିକ କ୍ଷେତ୍ରୀୟ ମୁଖ୍ୟ ମନମୋହନ ମୁର୍ମୁ  ଓ ଦେଦାନ୍ତ  ଫେକର  ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସ୍ଥାନୀୟ ଲୋକଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦିଆଯିବ ଓ ପରିବେଶ  ପ୍ରାତି ଦୃଷ୍ଟି ଦିଆଯିବା ସହ ସ୍ଥାନୀୟ ନିଯୁକ୍ତି ଉପରେ ଗୁରୁତ୍ବ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା।