ଖୋର୍ଦ୍ଧା: ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଅଭିଯୋଗ ପ୍ରକୋଷ୍ଠର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଆସନ୍ତା ୧୦ ତାରିଖରୁ ଜୁନ୍ ଶେଷ ଯାଏଁ ଅଭିଯୋଗ ପ୍ରକୋଷ୍ଠ ନିର୍ଦ୍ଧାରିତ ବ୍ଲକରେ ସକାଳ ୮ଟାରୁ ଆରମ୍ଭ ହେବ । ପ୍ରକାଶିତ ସୂଚନାନୁସାରେ, ଅପ୍ରିଲ୍ ୧୦ ତାରିଖ, ସୋମବାରେ ବାଲିଅନ୍ତା ବ୍ଲକ, ୧୭ ତାରିଖରେ ଜଟଣୀ, ୨୪ ତାରିଖରେ ବୋଲଗଡ଼, ମଇ ୮ ତାରିଖରେ ବାଣପୁର, ୧୫ ତାରିଖରେ ବାଲିପାଟଣା, ୨୨ରେ ବେଗୁନିଆ, ୨୯ରେ ଚିଲିକା, ଜୁନ୍ ୫ରେ ଖୋର୍ଦ୍ଧା, ୧୨ରେ ଭୁବନେଶ୍ୱର ବ୍ଲକ, ୧୯ରେ ଟାଙ୍ଗୀ ଓ ୨୬ରେ ବାଲିଅନ୍ତା ଠାରେ ଅଭିଯୋଗ ପ୍ରକୋଷ୍ଠ ଅନୁଷ୍ଠିତ ହେବ।

Advertisment

ତେବେ ମଇ ୧ ତାରିଖରେ ଶ୍ରମିକ ଦିବସ ଛୁଟି ଥିବାରୁ ଖୋର୍ଦ୍ଧା ବ୍ଲକର ଅଭିଯୋଗ ପ୍ରକୋଷ୍ଠ ହେବନାହିଁ । ସେହିଭଳି ନିର୍ଦ୍ଧାରିତ ଅନ୍ୟଦିନଗୁଡ଼ିକରେ ଯଦି ସରକାରୀ ଛୁଟି ରହିଥାଏ ତେବେ ସେହିଦିନ ଅଭିଯୋଗ ପ୍ରକୋଷ୍ଠ ଅନୁଷ୍ଠିତ ହେବନାହିଁ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତା ୧୦ ତାରିଖରୁ ସକାଳ ୭ଟାରୁ ଅପରାହ୍ଣ ୨ଟା ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲା ରହିବବୋଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଜଣାଯାଇଛି ।