ଓଡ଼ିଶାରେ ଅକ୍ସିଜେନର ଅଭାବ ନାହିଁ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ରାଜ୍ୟରେ କରୋନା ନିୟନ୍ତ୍ରଣରେ ରହିଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ପଶ୍ଚିମବଙ୍ଗରୁ ଯେଉଁମାନେ ଫେରୁଛନ୍ତି, ସେମାନେ କ୍ୱାରେଣ୍ଟାଇନରେ ରହିବେ। ଏବେ କୋଭିଡ ପାଇଁ ରାଜ୍ୟରେ ୧୧ ହଜାରରୁ ଅଧିକ ବେଡ୍ ପ୍ରସ୍ତୁତ ରହିଛି। ଏବେସୁଦ୍ଧା ୨୭ ଶହ ରୋଗୀ ବେଡରେ ଅଛନ୍ତି।

ଓଡ଼ିଶାରେ ଅକ୍ସିଜେନର ଅଭାବ ନାହିଁ। ଓଡ଼ିଶା ଏବେ ବାହାର ରାଜ୍ୟକୁ ଅକ୍ସିଜେନ ଯୋଗାଇ ଦେଉଛି। ଆବଶ୍ୟକତା ଅନୁସାରେ ବେଡ ବୃଦ୍ଧି କରାଯିବ। ଘର ଚିହ୍ନଟ ହୋଇ ରହିଛି, ହସ୍ପିଟାଲ କରିବା ପାଇଁ। ଜିଲ୍ଲା ପ୍ରଶାସନ ସମସ୍ତ ପ୍ରସ୍ତୁତି କରିଛନ୍ତି। ରୋଗୀ ଅନୁସାରେ ଆଇସିୟୁ ବେଡ ଅଧିକ ରହିଛି। ଆଗକୁ ୫୦ ହଜାର ଟେଷ୍ଟ କରିବା ପାଇଁ ପ୍ରସ୍ତୁତି ଚାଲିଛି।

 

ସମ୍ବନ୍ଧିତ ଖବର