ଉପନିର୍ବାଚନ: ନଭେମ୍ବର ୩ରେ ବାଲେଶ୍ୱର ଓ ତିର୍ତ୍ତୋଲ ପାଇଁ ଛୁଟି ଘୋଷଣା

ଭୁବନେଶ୍ୱର: ଉପନିର୍ବାଚନ ପାଇଁ ନଭେମ୍ବର ୩ ତାରିଖରେ ବାଲେଶ୍ୱର ଓ ତିର୍ତ୍ତୋଲରେ ଛୁଟି ରହିବ। ରାଜ୍ୟ ସରକାରଙ୍କ ଗୃହ (ନିର୍ବାଚନ) ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ସବୁ ସରକାରୀ ଓ ବେସରକାରୀ ଅନୁଷ୍ଠାନ କର୍ମଚାରୀଙ୍କୁ ସବୈତନିକ ଛୁଟି ମିଳିବ। ନିର୍ବାଚନ ମଣ୍ଡଳୀ ବାହାରେ ଚାକିରି କରୁଥିବା ଲୋକ ମଧ୍ୟ ଛୁଟିରେ ଘରକୁ ଯାଇ ଭୋଟ ଦେଇପାରିବେ। ସେହିଭଳି ଭୋଟ ଦେବା ପାଇଁ ବାହାରେ ଚାକିରି କରୁଥିବା ଲୋକ ଛୁଟି ନେଇପାରିବେ।

ସମ୍ବନ୍ଧିତ ଖବର

Comments are closed.