କଟକ : ଓଡ଼ିଆ ଭାଷାରେ ବିଦ୍ୟୁତ ବିଲ୍ ପ୍ରସଂଗ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ଯାଜପୁର ଜିଲ୍ଲାର ଅମ୍ବୁଜ କୁମାର ରାଉତଙ୍କ ତରଫରୁ ଦାୟର ଆବେଦନରେ ଉଲ୍ଲେଖ କରାଯାଇଛି ଯେ ରାଜ୍ୟରେ ବିଦ୍ୟୁତ ବଣ୍ଟନ ଦାୟିତ୍ବରେ ଥିବା ଟାଟା କମ୍ପାନି ଇଂରାଜୀରେ ବିଦ୍ୟୁତ ବିଲ ଉପଭୋକ୍ତାଙ୍କୁ ପ୍ରତି ମାସରେ ଦେଉଛି। ରାଜ୍ୟରେ ଓଡ଼ିଆ ଭାଷା ସବୁ କାର୍ଯ୍ୟାଳୟରେ ବ୍ୟବହାର ନେଇ ନିୟମ ରହିଥିବା ବେଳେ ଇଂରାଜୀରେ ବିଦ୍ୟୁତ୍ ବିଲ୍ କମ୍ପାନି ଦେଉଛି। ଅଧିକାଂଶ େଲାକ ଇଂରାଜୀ ଭାଷା ଜାଣି ନାହାନ୍ତି। ଗ୍ରମାଞ୍ଚଳର କୃଷକ ଓ ଗରିବ ଲୋକମାନେ ଇଂରାଜିରେ ପ୍ରସ୍ତୁତ ବିଦ୍ୟୁତ୍ ବିଲ୍ ଦେଖି କିଛି ବୁଝି ପାରୁ ନାହାନ୍ତି। କେଉଁ ବାବଦରେ କେତେ ଟଙ୍କା କେତେ ତାରିଖ ଭିତରେ ପଇଠ କରିବାକୁ କୁହାଯାଉଛି , ସେ ନେଇ ବହୁ ଉପଭୋକ୍ତା ବିଦ୍ୟୁତ୍ ବିଲ୍ ଦେଖି ଜାଣି ପାରୁନାହାନ୍ତି। ଓଡ଼ିଆ ଭାଷା ବ୍ୟବହାର ନେଇ ରହିଥିବା ନିୟମାବଳୀର ଏହା ଉଲ୍ଲଂଘନ। ତୁରନ୍ତ ଓଡ଼ିଆ ଭାଷାରେ ବିଦ୍ୟୁତ୍ ବିଲ୍ ଦେବାକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି।
ଓଡ଼ିଆରେ ବିଦ୍ୟୁତ ବିଲ୍ ପ୍ରସଂଗ ନେଇ ଜନସ୍ବାର୍ଥ ମାମଲା
/sambad/media/post_attachments/wp-content/uploads/2021/12/high-court.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)