ଜୟପୁର : ହାଇକୋର୍ଟ ବେଞ୍ଚ୍ ପ୍ରତିଷ୍ଠା ଦାବିରେ କରାଯାଉଥିବା ଆନ୍ଦୋଳନ ପ୍ରତି ସୁପ୍ରିମକୋର୍ଟଙ୍କ କଠୋର ମନୋଭାବକୁ ନେଇ ରାଜ୍ୟର ବିଭିନ୍ନ ଆଇନଜୀବୀ ସଂଘର ପ୍ରତିକ୍ରିୟା ଜାରି ରହିଛି। ଅବିଭକ୍ତ କୋରାପୁଟ ଜିଲ୍ଲାର ସମସ୍ତ ଓକିଲ ସଂଘକୁ ନେଇ ଗଠିତ କେନ୍ଦ୍ରୀୟ ସମନ୍ବୟ ଏବଂ କାର୍ଯ୍ୟକାରୀ କମିଟି ବୈଠକରେ ଏହିଭଳି ପ୍ରତିକ୍ରିୟା ବ୍ୟକ୍ତ ହେବା ସହିତ ଉଚ୍ଚତମ ନ୍ୟାୟାଳୟରେ ଏନେଇ ଜନସ୍ବାର୍ଥ ମାମଲା ରୁଜୁ ପାଇଁ ନିଷ୍ପତ୍ତି ନିଆଯାଇଛି।
ପୂର୍ବ ନିଷ୍ପତ୍ତି ଅନୁସାରେ ରବିବାର ଦିନ ଜୟପୁରସ୍ଥିତ ଜିଲ୍ଲା ଓକିଲ ସଂଘ କାର୍ଯ୍ୟାଳୟରେ କମିଟିର ବୈଠକ ହୋଇଥିଲା। କାର୍ଯ୍ୟବନ୍ଦ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟ ଦେଇଥିବା ଟିପ୍ପଣୀକୁ ନେଇ ବିଭିନ୍ନ ସଂଘ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଶେଷରେ ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏଥିପାଇଁ ଆବଶ୍ୟକ ଡ୍ରାଫ୍ଟ କମିଟି ଗଠନ କରିବାକୁ ସ୍ଥିର ହୋଇଥିଲା। ବୈଠକରେ କମିଟି ଅଧ୍ୟକ୍ଷ ସରୋଜ ଦାଶ ସଭାପତିତ୍ବ କରିଥିବା ବେଳେ ସଂପାଦକ ଆନନ୍ଦ ରଥ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ, ଜାରି ରହିଥିବା କାର୍ଯ୍ୟବନ୍ଦ ଆନ୍ଦୋଳନ ଏବଂ ଗତ ୧୮ତାରିଖ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସଂପର୍କରେ ସୂଚନା ଦେଇଥିଲେ।
ବୈଠକକୁ ଅବିଭକ୍ତ କୋରାପୁଟ ଜିଲ୍ଲାର ୧୩ଟି ଓକିଲ ସଂଘ କର୍ମକର୍ତ୍ତାଙ୍କୁ ଆମନ୍ତ୍ରିତ କରାଯାଇଥିଲା। ତେବେ ଜୟପୁର ଜିଲ୍ଲା ଓକିଲ ସଂଘ, କୋଟପାଡ଼ ଓ କୋରାପୁଟ ଓକିଲ ସଂଘର କର୍ମକର୍ତ୍ତା ହିଁ ପ୍ରତ୍ୟକ୍ଷ ଭାବେ ଯୋଗ ଦେଇଥିଲେ। ନବରଙ୍ଗପୁର ଓ ରାୟଗଡ଼ା ଓକିଲ ସଂଘ ବୈଠକରେ ଆଦୌ ସାମିଲ ହୋଇ ନଥିବା ବେଳେ ଅନ୍ୟ ଓକିଲ ସଂଘ ଭର୍ଚୁଆଲ ମାଧ୍ୟମରେ ବୈଠକରେ ଯୋଡ଼ି ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/supreme-court-final.jpg)