ବେଲପାହାଡ଼ : ଜଣେ ବ୍ୟବସାୟୀଙ୍କ ଅସୁବିଧାକୁ ସାମାନ୍ୟ ଭ୍ରୂକ୍ଷେପ ନ କରି ତାଙ୍କ ପିଆଜକୁ ଲୋକ ବୋହିନେଇଥିବା ଘଟଣା ଏବେ ବେଲପାହାଡ଼ରେ ଚର୍ଚ୍ଚାର ଖୋରାକ ଯୋଗାଇଛି।

Advertisment

ମିଳିଥିବା ସୂଚନା ମୁତାବକ ଗତକାଲି ସନ୍ଧ୍ୟାରେ ବେଲପାହାଡ଼ ଫାଟକ ନିକଟରେ ପରିବା ଦୋକାନ କରିଥିବା ବିକ୍ରମ ମେହେର  ନିଜ ଦୋକାନକୁ ସାଇକେଲ ଯୋଗେ ଏକ ବସ୍ତା ପିଆଜ ନେଉଥିଲେ। ହଠାତ ଏହି ସମୟରେ ପିଆଜ ବସ୍ତାଟି ସାଇକେଲରୁ ଖସି ଯାଇଥିଲା ଓ ପିଆଜ ସବୁ ରାସ୍ତାରେ ବିଛାଇ ହୋଇ ପଡ଼ିଥିଲା।  ବିକ୍ରମ ସାଇକେଲ ରଖି ପିଆଜ ଗୋଟାଇବାକୁ ଯାଉଥିବା ବେଳେ କିଛି ଲୋକ ପିଆଜ ନେବାକୁ ଚାଲି ଆସିଥିଲେ। ଏହି ଲୋକମାନେ ବ୍ୟବସାୟୀଙ୍କ ପିଆଜକୁ ଗୋଟାଇ ‌ନିଜ ନିଜ ବ୍ୟାଗ୍‌ରେ ପୂରାଇ ବୋହି ନେଇଯାଇଥିବା ଦେଖାଯାଇଥିଲା। ଲୋକମାନେ କେବଳ ନିଜେ ନେଇ ନଥିଲେ ବଡ଼ ପାଟିରେ ଚିତ୍କାର କରି ପିଆଜ ନେବାକୁ ଅନ୍ୟ ଲୋକଙ୍କୁ ମଧ୍ୟ ଆମନ୍ତ୍ରଣ କରିଥିଲେ। ପିଆଜ କିଲୋ ପିଛା ୧୨୦ ଟଙ୍କାରୁ ଖସି ୬୦ ଟଙ୍କାରେ ପହଞ୍ଚିଥିଲେ ମଧ୍ୟ ଜଣେ ବ୍ୟବସାୟୀଙ୍କ ପିଆଜକୁ ଏପରି ଲୁଟି ନେବା ଘଟଣାକୁ ସାଧାରଣରେ ନିନ୍ଦା କରାଯାଇଛି।