ଭୁବନେଶ୍ବର : ଭୁବନେଶ୍ବରସ୍ଥିତ ଜାଭିଅର ବିଶ୍ବବିଦ୍ୟାଳୟରେ ଖୋଲିବ ମାଷ୍ଟର ଇନ୍ ପବ୍ଲିକ ପଲିସି କୋର୍ସ। ୨୦୧୯-୨୦ ଶିକ୍ଷାବର୍ଷରେ ଏହି ପାଠ୍ୟକ୍ରମରେ ଛାତ୍ରଛାତ୍ରୀ ନାମ ଲେଖାଇପାରିବେ ବୋଲି ବିଶ୍ବବିଦ୍ୟାଳୟ କୁଳପତି ଫାଦର୍ ପଲ୍ ଫର୍ଣ୍ଣାଡିଜ୍ କହିଛନ୍ତି। ଭୁବନେଶ୍ବର କ୍ୟାମ୍ପସ୍ରେ ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଶ୍ବବିଦ୍ୟାଳୟ କୁଳପତି ଶ୍ରୀ ଫର୍ଣ୍ଣାଡିଜ୍ କହିଲେ ନେତୃତ୍ବ ବିକାଶରେ ଏହି ପାଠ୍ୟକ୍ରମ ବେଶ ସହାୟକ ହେବ। ଦୁଇ ବର୍ଷିଆ ଏହି ପାଠ୍ୟକ୍ରମରେ ୪ଟି ସେମିଷ୍ଟାରରେ ପରୀକ୍ଷା ହେବ। ୪୦ରୁ ୫୦ ଜଣ ଛାତ୍ରଛାତ୍ରୀ ଏହି ପାଠ୍ୟକ୍ରମରେ ନାମ ଲେଖାଇପାରିବେ। ଏଥିପାଇଁ ୱେବସାଇଟ୍ ଖୋଲିସାରିଛି। ଏହି ପାଠ୍ୟକ୍ରମ ଖୋଲିବା ପରେ ବିଶ୍ବବିଦ୍ୟାଳୟରେ ମୋଟ ସ୍କୁଲ ସ˚ଖ୍ୟା ୧୧ରେ ପହଞ୍ଚିଛି। ପାଠ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଆମେରିକାସ୍ଥିତ ସର୍କଜ୍ ବିଶ୍ବବିଦ୍ୟାଳୟସ୍ଥିତ ମାକ୍ସେଵଲ୍ ସ୍କୁଲ ଅଫ୍ ସିଟିଜେନ୍ସିପ୍ ଆଣ୍ତ ପବ୍ଲିକ ଆଫେୟାର୍ସରେ ଆଡଭାନ୍ସ କୋର୍ସ କରିବାର ସୁଯୋଗ ରହିଛି। ଆଗାମୀ ଦିନରେ ୧୧ଟି ଗବେଷଣା ସେଣ୍ଟର୍ ଖୋଲିବା ସହ ସ୍ବଳ୍ପ ଅବଧିର ପାଠ୍ୟକ୍ରମ, ଆଦିବାସୀ ଓ ଗ୍ରାମାଞ୍ଚଳ ନେତୃତ୍ବ ବୃଦ୍ଧି ସମ୍ପର୍କିତ ପାଠ୍ୟକ୍ରମ ଖୋଲିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି କୁଳପତି କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବିଶ୍ବବିଦ୍ୟାଳୟର ବୋର୍ଡ ସଦସ୍ୟ ଅମର ପଟ୍ଟନାୟକଙ୍କ ସମେତ ବିଭିନ୍ନ ବିଭାଗର ଡିନ୍ମାନେ ଉପସ୍ଥିତ ଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp