କଟକ : କଟକ ପୂର୍ତ୍ତ ବିଭାଗ ଡିଜିଭନ (୧) କଟକ ବଡମେଡିକାଲ ସେକ୍ସନରେ କାମ କରୁଥିବା କନିଷ୍ଠ ଯନ୍ତ୍ରୀ ଧ୍ରୁବାନନ୍ଦ ରାଉତ ଶୁକ୍ରବାର ଦିନ ଭିଜିଲାନ୍ସ ଜାଲରେ ପଡିଛନ୍ତି। ଶ୍ରୀ ରାଉତ ଏକ ବିଲ୍ ପାସ କରାଇଦେବା ଓ ଅଧିକ ଏଷ୍ଟିମେଟ କରାଇ ଦେବା ପାଇଁ ୧୫ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଭିଜିଲାନସ ଚଢଉ କରି ତାଙ୍କୁ ଗିରଫ କରିଛି। ତାଙ୍କ ପାଖରୁ ସମସ୍ତ ଲାଂଚ ଟଙ୍କା ଉଦ୍ଧାର କରାଯାଇଛି। ଦୁର୍ନୀତି ନିରୋଧ ଆଇନ ୨୦୧୮ ବଳରେ କଟକ ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ କରାଯାଇ ତାଙ୍କୁ ଗିରଫ କରିବା ସହିତ କୋର୍ଟ ଚାଲାଣ କରାଯାଇଛି।
ଭିଜିଲାନ୍ସ ସ୍ପେଶାଲ ଜଜ୍ କୋର୍ଟ ତାଙ୍କୁ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ନେବା ସହିତ ବିଚାରବିଭାଗୀୟ ହାଜତରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। କନିଷ୍ଠ ଯନ୍ତ୍ରୀଙ୍କ ରାଉତଙ୍କ ବିରୋଧରେ ଅଭିଯୋଗ ହେବା ପରେ ଭିଜିଲାନ୍ସର ଏକ ସ୍ବତନ୍ତ୍ର ଟିମ୍ ଏସସିବି ପରିସରରେ ଥିବା ଅଫିସରେ ଚଢଉ କରିଥିଲେ। ଲାଞ୍ଚ ଟଙ୍କା ଜବତ ହେବା ପରେ ଭିଜିଲାନ୍ସ ଟିମ୍ କଟକ ବାଦାମବାଡିସ୍ଥିତି ନିୟୁ ଏଲଆଇସି କଲୋନିରେ ଥିବା ତାଙ୍କ ସରକାରୀ କ୍ବାର୍ଟର, ମାହାଙ୍ଗା ଚମ୍ପତ୍ତିପୁରରେ ଥିବା ତାଙ୍କ ପୈତୃକ ଗ୍ରାମରେ ଥିବା ଘରେ ମଧ୍ୟ ଚଢଉ ଜାରି ରଖିଛି।