ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ)ରେ ଖାଲିଥିବା ସିଟ୍ରେ ନାମଲେଖା ପାଇଁ ଆଜି ଦ୍ୱିତୀୟ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ତଥା ମେରିଟ୍ ଲିଷ୍ଟ ପ୍ରକାଶ ପାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ପୂର୍ବାହ୍ନରେ ତାଲିକା ବାହାରିଛି। ବିଜ୍ଞାନ ବିଭାଗରେ ରେଭେନ୍ସା କଲେଜର କଟ୍ ଅଫ୍ ମାର୍କ ସର୍ବାଧିକ ଥିବା ବେଳେ କଳାରେ ଶୈଳବାଳା ମହିଳା କଲେଜ ଓ ବାଣିଜ୍ୟରେ ଭୁବନ ମହିଳା କଲେଜ ଆଗରେ ରହିଛି। ଏହି ପର୍ଯ୍ୟାୟରେ ୨୬ ହଜାର ୫୪୯ ଜଣ ଛାତ୍ରଛାତ୍ରୀ ନାମଲେଖା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। କଳା ବିଭାଗରେ ୨୧,୬୪୯, ବିଜ୍ଞାନ ବିଭାଗରେ ୩,୨୧୩, ବାଣିଜ୍ୟରେ ୯୯୮, ସଂସ୍କୃତରେ ୩୨୨, ଧନ୍ଦାମୂଳକ ଶିକ୍ଷାରେ ୩୬୭ ଜଣ ମନୋନିତ ହୋଇଛନ୍ତି। ଏଥିରେ ୧୪,୦୭୮ ଜଣ ଛାତ୍ର ଓ ୧୨,୪୭୦ ଜଣ ଛାତ୍ରୀ ରହିଛନ୍ତି। ସୂଚନାଯୋଗ୍ୟ ଯେ ପ୍ରଥମ ପର୍ଯ୍ୟାୟରେ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ମୋଟ ୪ ଲକ୍ଷ ୨୫ ହଜାର ୪୫୯ ସିଟ୍ ରହିଥିବା ବେଳେ ୨ ଲକ୍ଷ ୯୮ ହଜାର ୨୭ ସିଟ୍ ପୂରଣ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ଜୁଲାଇ ୧୧ ଓ ୧୨ରେ ନାମ ଲେଖାଇବେ। ଜୁଲାଇ ୧୬ରେ ବଳକା ସିଟ୍ ପାଇଁ ତାଲିକା ପ୍ରକାଶ ପାଇବାକୁ ଥିବା ବେଳେ ଯୋଗ୍ୟ ଛାତ୍ରଛାତ୍ରୀ ୧୯ରୁ ୨୧ ତାରିଖ ମଧ୍ୟରେ ନାମଲେଖାଇବେ। ଜୁଲାଇ ୨୪ରୁ ଯୁକ୍ତ୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ।
ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(କଲେଜ) କଟ୍ ଅଫ୍ ମାର୍କ(%)(ସାଧାରଣ ବର୍ଗ)
କଳା ବିଭାଗ
ଶୈଳବାଳା ମହିଳା କଲେଜ, କଟକ ୭୮.୬୭
ପତିତପାବନ କଲେଜ, ଘସିପୁର, କେନ୍ଦୁଝର ୭୮.୫୦
ଚିତ୍ରତୋପଳା କଲେଜ, ଉତ୍ତରକୂଳ, ଜଗତ୍ସିଂହପୁର ୭୫.୬୭
ବିଜେବି ଜୁନିଅର କଲେଜ, ଭୁବନେଶ୍ୱର ୭୨.୮୩
ନରସିଂହପୁର କଲେଜ, କଟକ ୭୨
କୃଷ୍ଣଚନ୍ଦ୍ର ପିପିଲି କଲେଜ, ବାଲେଶ୍ୱର ୭୨
ରେଭେନ୍ସା କଲେଜ, କଟକ ୭୧
ଜଳେଶ୍ୱର ମହିଳା କଲେଜ, ବାଲେଶ୍ୱର ୭୦.୮୬
ସାଡ଼ଙ୍ଗ ଆଞ୍ଚଳିକ କଲେଜ, ହାଟଡିହି, କେନ୍ଦୁଝର ୭୦.୮୩
ନବଚୌଧୁରୀ କଲେଜ, ରଘୁନାଥପୁର, ଜଗତ୍ସିଂହପୁର ୭୦
ବିଜ୍ଞାନ ବିଭାଗ
ରେଭେନ୍ସା କଲେଜ, କଟକ ୮୭.୮୩
ନିଳକଣ୍ଠନଗର ସରସ୍ୱତୀ ବିଦ୍ୟାମନ୍ଦିର, ବ୍ର୍ରହ୍ମପୁର ୮୭.୬୭
ବିଜେବି ଜୁନିଅର କଲେଜ ୮୭.୫୦
ଉପେନ୍ଦ୍ରନାଥ କଲେଜ, ସୋର, ବାଲେଶ୍ୱର ୮୬.୧୭
ବେସିକ୍ ସାଇନ୍ସ କଲେଜ, ଭୁବନେଶ୍ୱର ୮୪.୮୦
ଇଟେକ୍ ଆବାସିକ କଲେଜ, ଢ଼େଙ୍କାନାଳ ୮୩.୮୩
ଏଫ୍.ଏମ୍ କଲେଜ, ବାଲେଶ୍ୱର ୮୩.୬୭
ବରଗଡ଼ ସାଇନ୍ସ ଇନ୍ଷ୍ଟିଚ୍ୟୁଟ୍, ବରଗଡ଼ ୮୩.୩୩
ଜେକେବିକେ କଲେଜ, କଟକ ୮୨.୮୩
ପିଏନ୍ୟୁଏ କଲେଜ, ଛତ୍ରପୁର, ଗଞ୍ଜାମ ୮୨.୮୩
ବାଣିଜ୍ୟ ବିଭାଗ
ଭୁବନ ମହିଳା କଲେଜ, ଢ଼େଙ୍କାନାଳ ୮୦
ପଞ୍ଚାୟତ କଲେଜ, ଲାଠୋର, ବଲାଙ୍ଗୀର ୭୭.୮୩
ବିଜେବି ଜୁନିଅର କଲେଜ, ଭୁବନେଶ୍ୱର ୭୭.୩୩
ମଠକାରଗୋଲା କଲେଜ, ଭୁବନ, ଢ଼େଙ୍କାନାଳ ୭୭.୧୭
ଯୁକ୍ତ୨ ଦ୍ୱିତୀୟ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ପ୍ରକାଶ ୨୬,୫୪୯ ଛାତ୍ରଛାତ୍ରୀଙ୍କୁ ଯୋଗ୍ୟତା
କଳାରେ ଶୈଳବାଳା, ବିଜ୍ଞାନରେ ରେଭେନ୍ସା ଆଗରେ
/sambad/media/post_attachments/wp-content/uploads/2017/10/admission.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)