ପ୍ରକାଶ ପାଇଲା +୨ ପ୍ରଥମ କଟ୍ ଅଫ୍ ମାର୍କ; ତିନିଟି ଷ୍ଟ୍ରିମରେ ରେଭେନ୍ସା ହାଇଅର ସେକେଣ୍ଡାରି ସ୍କୁଲ ଆଗରେ

ଭୁବନେଶ୍ବର: ଆଜି ଯୁକ୍ତ ପ୍ରଥମ ୨ କଟ ଅଫ ମାର୍କ ପ୍ରକାଶ ପାଇଛି ।www.samsodisha.gov.in ପୋର୍ଟାଲରେ ତାଲିକା ଉପଲବ୍ଧ ହୋଇଛି। ଅଗଷ୍ଟ ୧୨ ତାରିଖ ରୁ ଯୁକ୍ତ୨ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ସେପ୍ଟେମ୍ବର ୫ ତାରିଖ ପର୍ଯ୍ୟନ୍ତ ଚାଲିଥିଲା ଆବେଦନ। ଆଜି ମେରିଟ ଲିଷ୍ଟ ପ୍ରକାଶ ପରେ ୧୪ ରୁ ୨୧ ତାରିଖ ମଧ୍ୟରେ ନାମଲେଖା ହେବ। ସେହିପରି ଦ୍ବିତୀୟ ପର୍ଯ୍ୟାୟ କଟ୍ ଅଫ୍ ୨୭ ତାରିଖରେ ବାହାରିବା ପରେ ୨୯ ରୁ ଅକ୍ଟୋବର ୧ ତାରିଖ ମଧ୍ୟରେ ନାମଲେଖା ହେବ। ଏହି ଦୁଇଟି ପର୍ଯ୍ୟାୟ ନାମଲେଖା ପରେ ବଳକା ସିଟ ପାଇଁ ଅକ୍ଟୋବର ୪ ରେ ତାଲିକା, ୫ ସୁଦ୍ଧା ପଞ୍ଜିକରଣ ଏବଂ ମେରିଟ ଲିଷ୍ଟ ପରେ ଅକ୍ଟୋବର ୭ ତାରିଖରେ ନାମଲେଖା ହେବ। ତେବେ ଏଥର ପ୍ରାୟ ୫ ଲକ୍ଷ ଯୁକ୍ତ ଦୁଇ ସିଟ୍ ପାଇଁ ଆବେଦନ କରିଛନ୍ତି ୪ଲକ୍ଷ ୭୧,୬୧୨ ଜଣ ଛାତ୍ରଛାତ୍ରୀ।

ତିନିଟି ଷ୍ଟ୍ରିମରେ ରେଭେନ୍ସା ହାଇଅର ସେକେଣ୍ଡାରି ସ୍କୁଲ ସର୍ବାଧିକ କଟ ଅଫ ଯାଇଛି। କଳାରେ ୭୯.୦୩%, ବାଣିଜ୍ୟରେ ୮୨% ଏବଂ ବିଜ୍ଞାନରେ ୯୧.୩୩% ସହ ଆଗରେ ରହିଛି ରେଭେନ୍ସା। ବିଜ୍ଞାନରେ ଭୁବନେଶ୍ୱରର ବକ୍ସି ଜଗବନ୍ଧୁ ହାଇଅର ସେକେଣ୍ଡାରି ସ୍କୁଲ ୯୦.୬୭%, ଗଞ୍ଜାମର ସରସ୍ୱତୀ ବିଦ୍ୟା ମନ୍ଦିର ହାଇଅର ସେକେଣ୍ଡାରି ସ୍କୁଲ, ନୀଳକଣ୍ଠ ନଗର ୮୭.୮୩%, ଉପେନ୍ଦ୍ରନାଥ ହାଇଅର ସେକେଣ୍ଡାରି ସ୍କୁଲ ୮୭.୦୫%, ଫକୀର ମୋହନ ହାଇଅର ସେକେଣ୍ଡାରି ସ୍କୁଲ ୮୬.୮୩%, ଖୋର୍ଦ୍ଧାର ବେସିକ୍ ସାଇନ୍ସ ଆଣ୍ଡ ହ୍ୟୁମାନିଟିସ୍ ହାଇଅର୍ ସେକେଣ୍ଡାରି ସ୍କୁଲ ୮୬.୬୭%, ନୟାଗଡ ହାଇଅର ସେକେଣ୍ଡାରି ସ୍କୁଲ ୮୫.୬୭%, କଟକର ଜାତୀୟ କବି ବୀର କିଶୋର ସରକାରୀ ହାଇଅର ସେକେଣ୍ଡାରି ସ୍କୁଲ ୮୫.୫%, ଗଞ୍ଜାମର ଖଲ୍ଲିକୋଟ ହାଇଅର ସେକେଣ୍ଡାରି ସ୍କୁଲ ୮୫% ଏବଂ ରମାଦେବୀ ମହିଳା ହାଇଅର୍ ସେକେଣ୍ଡାରି ସ୍କୁଲ ୮୪.୬୭%।

ସମ୍ବନ୍ଧିତ ଖବର