ଭାପୁର : ବିଜୁ ପକ୍କା ଘର ଯୋଜନାରେ ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍ରେ ବ୍ୟାପକ ଦୁର୍ନୀତି ହେଉଥିବା ନେଇ ଖଣ୍ଡପଡ଼ା ବିଧାୟକ ଅନୁଭବ ପଟ୍ଟନାୟକ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ପକ୍କା ଘର ଯୋଜନାରେ ବ୍ୟାପକ ଦୁର୍ନୀତି ଓ ଘୋର ଅନିୟମିତତା ହେଉଥିବା ନେଇ ପୂର୍ବରୁ ବାରମ୍ବାର ଅଭିଯୋଗ ସହ ‘ସମ୍ବାଦ’ରେ ନିୟମିତ ପ୍ରକାଶ ପାଉଥିଲା। ଏବେ ନିଜେ ଶାସକ ଦଳର ବିଧାୟକ ଶ୍ରୀ ପଟ୍ଟନାୟକ ଏହାକୁ ସ୍ୱୀକାର କରିବା ସହ ଏ ନେଇ ଜିଲ୍ଲାପାଳଙ୍କୁ ଲେଖିବା ପରେ ଚର୍ଚା ଆରମ୍ଭ ହୋଇଛି। ମିଳିଥିବା ସୂଚନାରୁ ଜଣାପଡ଼ିଛି, ଭାପୁର ବ୍ଲକ୍ରେ ୨୦୧୭-୧୮ ଆର୍ଥିକ ବର୍ଷରେ ବିଜୁ ପକ୍କାଘର ଯୋଜନାରେ ୩୧ ହିତାଧିକାରୀଙ୍କୁ ସାମିଲ କରିବାକୁ ବିଧାୟକ ଶ୍ରୀ ପଟ୍ଟନାୟକ ଭାପୁର ବ୍ଲକ୍ ବିଡିଓଙ୍କୁ ଲେଖିଥିଲେ । ମାତ୍ର ବିଡିଓ ଭାପୁର ବ୍ଲକ୍ ବିଜେଡିର ଜଣେ ଆଗ ଧାଡ଼ିିର ନେତାଙ୍କ କଥାରେ ୩୧ ବଦଳରେ ୩୭ ଜଣଙ୍କ ତାଲିକା ପ୍ରସ୍ତୁତ କରିଥିଲେ। ବିଡିଓଙ୍କ ଏହି କାର୍ଯ୍ୟକୁ ନେଇ ବିଧାୟକ ଅସନ୍ତୋଷ ପ୍ରକାଶ କରିବା ସହ ଘଟଣା ଜିଲ୍ଲାପାଳଙ୍କ ଦୃଷ୍ଟିକୁ ନେଇଛନ୍ତି। ବିଧାୟକଙ୍କ ଅଭିଯୋଗ ଆଧାରରେ ତୁରନ୍ତ ତଦନ୍ତ ହେବ ବୋଲି ଜିଲ୍ଲାପାଳ ଅରିନ୍ଦମ ଡାକୁଆ କହିଛନ୍ତି। ତେବେ ବିଧାୟକ ଦେଇଥିବା ୩୧ ହିତାଧିକାରୀଙ୍କ ତାଲିକାରୁ ୨୩ ଜଣ ଅଯୋଗ୍ୟ ବୋଲି କେତେକ ମହଲରେ ଆଲୋଚନା ଚାଲିଛି।
ପକ୍କାଘର ଯୋଜନାରେ ଦୁର୍ନୀତି ହେଉଛି: ବିଧାୟକ
ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ
/sambad/media/post_attachments/wp-content/uploads/2018/02/biju.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)