ଶ୍ରୀଜଂଘା ବଡ଼ଦେଓଙ୍କ ପୂଜନୋତ୍ସବ ସମ୍ପନ୍ନ

ଲଇକେରା: ଝାରସୁଗୁଡା ଜିଲ୍ଲା ଲଇକେରା ଥାନା ଅନ୍ତର୍ଗତ ଜୟପୁର ଇଷ୍ଟେଟ୍‌ର ପୂଜାପୀଠ ମୟୁରଡିମା ମନ୍ଦିର ପ୍ରାଙ୍ଗଣରେ ଗୋଣ୍ଡ ସମାଜର ଆରାଧ୍ୟ ଦେବତା ଶ୍ରୀଜଂଘା ବଡ଼ଦେଓଙ୍କ ପୂଜା ଉତ୍ସବ ସମ୍ପନ୍ନ ହୋଇଯାଇଛି। ମଙ୍ଗଳବାର ଅପରାହ୍‌ଣରେ କଳସ ପୂଜା ଯାତ୍ରା ସମ୍ପନ୍ନ ହୋଇଥିବା ବେଳେ ବୁଧବାର ସକାଳେ ଗୋଣ୍ଡ ସମାଜର ପତାକା ଉତ୍ତୋଳନ ସହ ଯଥାରୀତି ଅନୁଯାୟୀ ପୂଜାର୍ଚ୍ଚନା ଶେଷ ହୋଇଛି। ଏହି ମହୋତ୍ସବରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଯୋଗ ଦେଇ ପୂଜାର୍ଚ୍ଚନା କରିବା ସହିତ ଜଂଘା ବଡ଼ଦେଓଙ୍କୁ କାନ୍ଧରେ କାନ୍ଧେଇ ନାଚିବା ସହିତ ଜଂଘା ଦେବତାଙ୍କ ଆଶୀର୍ବାଦ ନେଇଥିଲେ ।

ଚଳିତ ବର୍ଷ ଜୟପୁର ଇଷ୍ଟେଟ କମିଟିର ସଭାପତି ତୁଳାରାମ ନାଏକ, ପୂଜା କମିଟି ସଭାପତି ନୀଳାମ୍ବର ନାଏକ, ସମ୍ପାଦକ ମେଘନାଦ ନେଟି, କୋଷାଧ୍ୟକ୍ଷ ପଦ୍ମଲୋଚନ ନାଏକ, ଉପଦେଷ୍ଟା ଟଙ୍କଧର ନାଏକ, ଯୋଗେନ୍ଦ୍ର ନାଏକ, ନବୀନ ନାଏକ, ଋତୁସାଗର ନାଏକ, ସଦାନନ୍ଦ ଭୋଇ, ଲୀଳା ସାଗର ଧୁରୁଆ, ତେଜରାଜ ପ୍ରଧାନ, ହେମନ୍ତସାଗର କୁମୁରା, ରଞ୍ଜନ ସିଂ ନାଏକ, ଦୟାନିଧି ନାଏକ, ସତ୍ୟପ୍ରକାଶ ନାଏକ, କ୍ଷୀତିଚନ୍ଦ୍ର ନାଏକଙ୍କ ସମେତ ମନ୍ଦିର ପୂଜକ ନକୁଳ ଧୁରୁଆ ପୂଜା କାର୍ଯ୍ୟ ତୁଲାଇଥିଲେ। ଲଇକେରା, କୋଲାବିରା, କିର୍ମିରା ବ୍ଲକର ଗୋଣ୍ଡ ସମାଜର ଜାତିଭାଇଙ୍କ ସମେତ ଅଞ୍ଚଳର ହଜାର ହଜାର ଜନସାଧାରଣ ଯୋଗ ଦେଇଥିଲେ। ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ ଉପସ୍ଥିତ ରହି ସମାଜର ଏକତାକୁ ପ୍ରଶଂସା କରିଥିଲେ। ସୁନ୍ଦରଗଡ ଜିଲ୍ଲାର ସମାଜର ଗବେଷକ ଓ ନିରୀକ୍ଷକ ଖଗେଶ୍ୱର ସିଂ ଦଣ୍ଡପାଟ, ନାରାୟଣ ଭୋଇ, ଝାରସୁଗୁଡ଼ା ଜିଲ୍ଲା ସଭାପତି ଜଗନ୍ନାଥ ଭୋଇ, ସମ୍ପାଦକ ତପି ମରେହି, ହରି ଧୁରୁଆ, ଉଗ୍ରେସନ ଧୁରୁଆ, ସମ୍ବଲପୁର ଜିଲ୍ଲା ସଭାପତି ବଦ୍ରିନାରାୟଣ ବରିହା, ସମ୍ପାଦକ ସେବତ ରାମ କୁମୁରା ପ୍ରମୁଖ ଉପସ୍ଥିତ ରହି ଆଶୀର୍ବାଦ ନେଇଥିଲେ। ରାଧେଶ୍ୟାମ ନାଏକ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର