ସମ୍ବଲପୁର: ଅଇଁଠାପାଲି ଛକରେ ମଙ୍ଗଳବାର ଦିନ ୧୨ଟା ପାଖାପାଖି ଏକ ଆମ୍ବୁଲାନ୍ସ(ଓଡି ୦୨ ଏଡବ୍ଲୁ ୧୭୨୨) ଅଚଳ ହୋଇଯାଇଥିଲା। ଦୁର୍ଘଟଣାଗ୍ରସ୍ତଙ୍କ ଠାରୁ ଆରମ୍ଭ କରି ଗୁରୁତର ରୋଗୀଙ୍କୁ ଡାକ୍ତରଖାନାରେ ପହଞ୍ଚାଇବା ପାଇଁ ମାଧ୍ୟମ ପାଲଟିଥିବା ଏହି ଆମ୍ବୁଲାନ୍ସର ଦୟନୀୟ ଅବସ୍ଥା ଯୋଗୁ କେତେବେଳେ ଯେ ରୋଗୀର ପ୍ରାଣ ବି ଚାଲିଯିବ ତାହା କହି ହେବ ନାହିଁ। ଏଭଳି ପରିପ୍ରେକ୍ଷୀରେ ଗାଡ଼ିଗୁଡ଼ିକର ଯତ୍ନ ନିଆଯାଉ ନଥିବାରୁ ଏଭଳି ସ୍ଥିତି ଉପୁଜୁଥିବା ଲୋକେ ଅଭିଯୋଗ କରିଛନ୍ତି।

Advertisment

ମଙ୍ଗଳବାର ଦିନ ୧୨ଟା ପାଖାପାଖି କୌଣସି ସ୍ଥାନକୁ ରୋଗୀ ଆଣିବା ପାଇଁ ଯାଉଥିବା ଆମ୍ବୁଲାନ୍ସ୍‌ର ଷ୍ଟାର୍ଟ ଅଇଁଠାପାଲି ଛକ ନିକଟରେ ହଠାତ୍‌ ବନ୍ଦ ହୋଇଯାଇଥିଲା। ତାକୁ ଷ୍ଟାର୍ଟ କରିବା ପାଇଁ ଛକ ନିକଟରେ ଥିବା ୨ ଜଣ ଟ୍ରାଫିକ୍‌ ପୁଲିସ, ଆମ୍ବୁଲାନ୍ସ କର୍ମଚାରୀ ଏବଂ କିଛି ସାଧାରଣ ଲୋକେ ଠେଲିଥିଲେ। କିଛି ସମୟ ଧରି ଠେଲିବା ପରେ ଗାଡ଼ିଟି ଷ୍ଟାର୍ଟ ହୋଇଥିଲା। ତେବେ ଲୋକଙ୍କୁ ସେବା ଯୋଗାଉଥିବା ଆମ୍ବୁଲାନ୍ସଗୁଡ଼ୁକୁ ତୁରନ୍ତ ମରାମତି କରିବାକୁ ଦାବ ହୋଇଛି।