ଭୁବନେଶ୍ୱର : ଜାତୀୟ ସ୍ତରରେ ଆୟୋଜିତ କ୍ରୀଡ଼ାରେ ସଫଳତା ରାଜ୍ୟବାସୀଙ୍କ ମନରେ ସ୍ୱାଭିମାନ ସୃଷ୍ଟି କରେ। ଆନ୍ତର୍ଜାତିକ ସ୍ତରରେ ବିଭିନ୍ନ କ୍ରୀଡ଼ାରେ ସଫଳତା ଦେଶବାସୀଙ୍କ ମଧ୍ୟରେ ସ୍ୱାଭିମାନ ସହିତ ସନ୍ତୋଷ ଭାବ ଉଦ୍ରେକ କରେ ବୋଲି ପଦ୍ମଭୂଷଣ ବିଶିଷ୍ଟ ବ୍ୟାଡ୍ମିଣ୍ଟନ ଖେଳାଳି ତଥା କୋଚ୍ ପୁଲେଲା ଗୋପିଚାନ୍ଦ କହିଛନ୍ତିି।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ସଚିବାଳୟରେ ଆୟୋଜିତ ଓଡ଼ିଶା ଜ୍ଞାନପୁଞ୍ଜ ବକ୍ତତାମାଳାରେ ଯୋଗଦେଇ ଶ୍ରୀ ଗୋପିଚାନ୍ଦ କହିଲେ, କ୍ରୀଡ଼ା କ୍ଷେତ୍ରରେ ବିନିଯୋଗ ଦେଶ ପାଇଁ ଅଧିକ ଫଳପ୍ରସୂ ଓ ଲାଭଦାୟକ। ନେଲ୍ସନ୍ ମଣ୍ଡେଲାଙ୍କ ଭଳି ବିଶିଷ୍ଟ ଜନନାୟକ ଏଭଳି ମତପୋଷଣ କରିଥିଲେ। ଅନୁରୂପ ଭାବେ ଓଡ଼ିଶା ସରକାର କ୍ରୀଡ଼ାର ଉପଯୋଗିତା ସଂପର୍କରେ ଉପଲବ୍ଧ କରି ଭୁବନେଶ୍ୱରକୁ ଏକ କ୍ରୀଡ଼ା ରାଜଧାନୀ ଭାବେ ବିକଶିତ କରୁଥିବାରୁ ସେ ରାଜ୍ୟ ସରକାରଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ। ଏହି ଅବସରରେ ଉନ୍ନୟନ କମିସନର ଆର.ବାଲକ୍ରିଷ୍ଣନ ଗୋପିଚାନ୍ଦଙ୍କ ପରିଚୟ ପ୍ରଦାନ କରି କହିଲେ, ସେ ଏଭଳି ଜଣେ କୋଚ୍ ଯିଏ ଖେଳାଳିମାନଙ୍କ ଜୀବନକୁ ସଫଳତାରେ ରୂପାନ୍ତରିତ କରିପାରନ୍ତି। ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅସୀତ କୁମାର ତ୍ରିପାଠୀ ଗୋପିଚାନ୍ଦଙ୍କୁ ବକ୍ତତାମାଳାର ସ୍ମାରକୀ ପ୍ରଦାନ କରି ସମ୍ବର୍ଧିତ କରିଥିଲେ।