ଭୁବନେଶ୍ୱର: ଗତକାଲି କନ୍ଧମାଳରେ ମାଓବାଦୀଙ୍କ ଆକ୍ରମଣରେ ନିହତ ହୋଇଥିବା ପୋଲିଂ ସୁପରଭାଇଜର ସଂଯୁକ୍ତା ଦିଗଲଙ୍କୁ ଭାରତୀୟ ନିର୍ବାଚନ କମିସନଙ୍କ ବ୍ୟବସ୍ଥା ଅନୁସାରେ କ୍ଷତିପୂରଣ ଦିଆଯିବ ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର। ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି କର୍ତ୍ତବ୍ୟ ସଂପାଦନ କରିବା ସମୟରେପୋଲିଂ ସୁପରଭାଇଜର ମୃତ୍ୟୁବରଣ କରିଥିବାରୁ ତାଙ୍କୁ ନିୟମ ମୁତାବକ ଅନ୍ୟୁନ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ମିଳିବ। ତାଙ୍କର ନକଟତମ ସଂପର୍କୀୟଙ୍କୁ ଏହି ଅର୍ଥ ନିର୍ବାଚନ କମିସନଙ୍କ ପକ୍ଷରୁ ପ୍ରଦାନ କରାଯିବ।
ଅନ୍ୟ ପକ୍ଷରେ ଦିନ ଗୋଟାଏ ସୁଦ୍ଧା ୫ଟି ଲୋକସଭା ଏବଂ ୩୫ ବିଧାନସଭା ନିର୍ବାଚନମଣ୍ଡଳୀରେ ୩୩ ପ୍ରତିଶତ ମତଦାନ ହୋଇଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ପ୍ରକାଶ କରିଛନ୍ତି।
/sambad/media/post_attachments/wp-content/uploads/2019/04/plbapl17-mao.jpg)
ଶ୍ରୀ କୁମାର ସାମ୍ବାଦିକମାନଙ୍କୁ ଏହି ସୂଚନା ଦେଇ କହିଛନ୍ତି ଯେ,ଭୋଟ ଗ୍ରହଣ ଶାନ୍ତିପୂର୍ଣ୍ଣ ରହିଛି ଏବଂ କାଁଭାଁ କୌଣସି ଅପ୍ରୀତିକର ଘଟଣା ଘଟିଥିବାର ଖବର ମିଳିନାହିଁ।
ମୁଖ୍ୟ ନିର୍ବାଚନ ଅଧିକାରୀ କହିଲେ ଯେ,କେତେକ ବୁଥ୍ରେ ପ୍ରାଥମିକ ଭାବେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ରେ ଯାନ୍ତ୍ରିକ ତୃଟି ଦେଖା ଦେବାରୁ ମତଦାନ ବିଳମ୍ବିତ ହୋଇଥିଲା। ତେବେ,ଏହି ତୃଟି ସଜଡ଼ା ଯିବାପରେ ମତଦାନ ଆରମ୍ଭ ହୋଇଥିଲା। ମତଦାନ ୯୧୧୭ ଭୋଟ ଗ୍ରହଣ କେନ୍ଦ୍ରରେ ଚାଲୁରହିଛି ବୋଲି ସେ କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/download-1-27.jpg)