ମୁଗ ଚାଷ ଦେଖାଇଛି ରୋଜଗାର ପନ୍ଥା

ଗଣିଜାଙ୍ଗ: ବନ୍ତ ବ୍ଲକ ଗଣିଜାଙ୍ଗ ପଂଚାୟତସ୍ଥିତ ବଗଦା କାଶିପୁର ଗ୍ରାମର ଚାଷୀମାନଙ୍କୁ ମୁଗ ଚାଷ ଦେଖାଇଛି ରୋଜଗାରର ପନ୍ଥା। ଧାନ ଚାଷ ପ୍ରତିବର୍ଷ ବନ୍ୟା ବାତ୍ୟାରେ ଉଜୁଡି ଯିବାପରେ ଏବେ ମୁଗଚାଷ କରି ନିଜର ଅଣ୍ଟା ସଳଖିଛନ୍ତି।

ବଗଦା ଅଞ୍ଚଳର ଚାଷୀମାନେ ଧାନଚାଷ କରି ଜୀବିକା ନିର୍ବାହ କରନ୍ତି। ପ୍ରତିବର୍ଷ ବନ୍ୟା ଓ ବାତ୍ୟାରେ ଚାଷ କ୍ଷତିଗ୍ରସ୍ତ ହେଉଥିବାରୁ ଧାନ ଚାଷରୁ ମୁହଁ ଫେରାଇ ମୁଗ ଚାଷ କରିଥିଲେ। ଚଳିତ ବର୍ଷ ଉକ୍ତ ଗ୍ରାମର ୭୦ଜଣ ଚାଷୀ ୬୦ହେକ୍ଟର ଜମିରେ ମୁଗଚାଷ କରିଛନ୍ତି। ତାଙ୍କୁ ଜିଲ୍ଲା ଜାତୀୟ ଖାଦ୍ୟ ଯୋଗାଣ ମିଶନ ପକ୍ଷରୁ ମୁଗ ଚାଷ କରିବାର ପ୍ରେରଣା ମିଳିଛି। ଉକ୍ତ ଚାଷ କ୍ଷେତକୁ ଜିଲ୍ଲାପାଳଙ୍କ ସହ କୃଷି ଅଧିକାରୀମାନେ ପରିଦର୍ଶନ କରି ଚାଷ ପ୍ରତି ସମସ୍ତେ ଆଗ୍ରହ ପ୍ରକାଶ କରିବାକୁ କରିବାକୁ ଆହ୍ବାନ କରିଛନ୍ତି।

ଉକ୍ତ ଅଂଚଳର ଚାଷୀମାନେ ନିଜ ନିଜର ଜମିରେ ଡାଲି ଜାତୀୟ ମୁଗଫସଲକୁ ଚାଷ କରିବା ସହ ସବୁଜ ଶଷ୍ୟ କ୍ଷେତ ସୃଷ୍ଟି କରିଛନ୍ତି। ଏହି ଚାଷ କରି ବର୍ଷକୁ ଅାବଶ୍ୟକ ପଡ଼ୁଥିବା ଡ଼ାଲିର ଭରଣା ସହ  ନିଜର ପରିବାର ପ୍ରତିପୋଷଣ କରିବା ସହ  ଉକ୍ତ ଅଂଚଳରେ ସୃଷ୍ଟି କରିଛନ୍ତି ସବୁଜ ବିପ୍ଲବ। ଏହି ମୁଗ ଚାଷ ପାଇଁ ଯେତିକ ଅର୍ଥ ବ୍ୟୟ କରୁଛନ୍ତି ତାହାର ଦୁଇ ଗୁଣ ଲାଭ କରିପାରୁଛନ୍ତି ବୋଲି ସେମାନେ  ପ୍ରକାଶ କରିଛନ୍ତି। ସରକାରଙ୍କ ପକ୍ଷରୁ ଚାଷୀର ଉନ୍ନତି ପାଇଁ ବିଭିନ୍ନ ଯୋଜନା ସହ ବିଶୋଧିତ ବିହନ, ସାର, କୀଟନାଶକ ଔଷଧ, ଉନ୍ନତ ପ୍ରଣାଳୀରେ ଚାଷ ପାଇଁ ପ୍ରୋତ୍ସାହନ ଦିଆଯାଉଛି। ଉକ୍ତ ଯୋଜନାର ସୁଫଳ ନେବା ପାଇଁ ଚାଷୀମାନେ ପ୍ରକାଶ କରିଛନ୍ତି। ଏହି ଚାଷ କରି ଅାମ୍ଭେ ନିଜର ପରିବାର ପ୍ରତିପୋଷଣ କରିପାରୁଛୁ। ବର୍ତମାନ ଶିକ୍ଷିତ ବେକାରୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଯୁବକ ଯୁବତୀମାନେ ଚାକିରି ପଛରେ ନ ଗୋଡ଼ାଇ କି ବାହାରକୁ ନ ଯାଇ ଧାନ ଚାଷ ପରବର୍ତ୍ତୀ ବିଭିନ୍ନ ପରିବା,  ତୈଳବୀଜ, ଡାଲିଜାତୀୟ ଚାଷ କରି ନିଜେ  ସ୍ବାବଲମ୍ବୀ ହେବାକୁ ଚାଷୀମାନେ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର