ପ୍ରକାଶ ପାଇଲା ଯୁକ୍ତ ୨ ବିଜ୍ଞାନ-ବାଣିଜ୍ୟ ଫଳାଫଳ 

ଭୁବନେଶ୍ୱର: ଉଭୟ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ଆସିଛି । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଶନିବାର ସନ୍ଧ୍ୟାରେ ଏହି ଫଳାଫଳ ଘୋଷଣା କରାଯାଇଛି । ଶିକ୍ଷାବର୍ଷ ୨୦୨୦-୨୧ରେ ବିଜ୍ଞାନ ବିଷୟରେ ୯୪ ହଜାର ୫୩୨ ଜଣଙ୍କ ମଧ୍ୟରୁ ୯୫.୧୫ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଏଥିରେ ଫାଷ୍ଟ ଡିଭିଜନରେ ୫୫ ହଜାର ୪୬୮ ଜଣ ପିଲା ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିଭଳି ବାଣିଜ୍ୟ ବିଷୟରେ ୨୪ ହଜାର ୫୨୬ ଜଣ ପିଲାଙ୍କ ମଧ୍ୟରୁ ୯୪.୯୬ ପ୍ରତିଶତ ପିଲା ପାସ କରିଛନ୍ତି । ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ୱେବ୍‌ସାଇଟ www.orissaresults.nic.inରେ ପ୍ରକାଶିତ ହୋଇସାରିଛି । ପିଲାମାନେ ନିଜ ନିଜର ରେଜଲ୍ଟ ଏହି ୱେବସାଇଟ ଜରିଆରେ ଦେଖିପାରିବେ ।

ସୂଚନାଯୋଗ୍ୟ ଚଳିତ ବର୍ଷ କରୋନା କଟକଣା ଯୋଗୁଁ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ବିଷୟରେ ବାର୍ଷିକ ପରୀକ୍ଷା ହୋଇପାରି ନଥିଲା । ବିକଳ୍ପ ମାଧ୍ୟମରେ ଫଳାଫଳ ବାହାର କରାଯାଇଥିବାରୁ ରେଜଲ୍ଟ ପ୍ରକାଶନ ବିଳମ୍ବ ହୋଇଛି ।

ସମ୍ବନ୍ଧିତ ଖବର