ଭୁବନେଶ୍ବର: ସମ୍ବାଦ ଗ୍ରୁପ୍ ପକ୍ଷରୁ ‘ପୁନଶ୍ଚ ପୃଥିବୀ’ର ତିନି ଦିନିଆ ଜାତୀୟ ସ୍ତରୀୟ ସମ୍ମିଳନୀ ସୋମବାରଠାରୁ ଆରମ୍ଭ ହୋଇଛି। ଏହି ସମ୍ମିଳନୀର ପ୍ରଥମ ଦିନର ପ୍ରଥମ ଅଧିବେଶନରେ ପୂର୍ବତନ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ତଥା ପରିବେଶବିତ୍ ଏବଂ ପ୍ରାଣୀ କଲ୍ୟାଣ ଅଧିକାର କର୍ମୀ ମାନେକା ଗାନ୍ଧୀ ଯୋଗ ଦେଇଛନ୍ତି।
ସେହିପରି ସହିତ ଭାରତର ବନ ପୁରୁଷ, ପରିବେଶବିତ୍ ଏବଂ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଯାଦବ ପାୟେଙ୍ଗ,ସମ୍ବାଦ ଏବଂ କନକ ନ୍ୟୁଜ୍ ସମ୍ପାଦକ ତନୟା ପଟ୍ଟନାୟକ ଏବଂ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ସିଏମଡି ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗ ଦେଇଛନ୍ତି।
ସୂଚନାଯୋଗ୍ୟ, ବିଶ୍ବରେ ଜଳବାୟୁ ପରିବର୍ତ୍ତନ ମୁକାବିଲା ପାଇଁ ପ୍ରୟାସ କରାଯାଉଛି। ଏପରିସ୍ଥଳେ ଏହି ପରିବର୍ତ୍ତିତ ପରିସ୍ଥିତିରେ ସମ୍ୱାଦ ଗ୍ରୁପ୍ ପରିବେଶ ପାଇଁ କିଛି କରିବାର ସଂକଳ୍ପ ନେଇଛି। ସମ୍ୱାଦ ଗ୍ରୁପ୍ ପକ୍ଷରୁ ପୁନଶ୍ଚ ପୃଥିବୀ ଅଭିଯାନ ଜାରି ରହିଛି । ଜନସଚେତନତା ପାଇଁ ଇଷ୍ଟର୍ଣ୍ଣ ମିଡ଼ିଆ ଲିମିଟେଡ୍ ଅଣ୍ଟା ଭିଡ଼ିଛି। ଜଳବାୟୁ ସୁରକ୍ଷା ପାଇଁ ପ୍ରତିଘରୁ ପରିବେଶ ଯୋଦ୍ଧା ସୃଷ୍ଟି କରିବା ଉଦ୍ଦେଶ୍ୟରେ ୨୦୨୧ରୁ ଆରମ୍ଭ ହୋଇଥିବା ପୁନଶ୍ଚ ପୃଥିବୀ ଅଭିଯାନର ରୂପାନ୍ତର ଘଟିଛି । ୨୦୨୪ରୁ ପରିବେଶ ସୁରକ୍ଷା ଲାଗି ୧୨ ବର୍ଷର ସଂକଳ୍ପ ସହ ନୂଆ ଅଭିଯାନ ଆରମ୍ଭ ହୋଇଛି ।
ଜଳବାୟୁ ପରିବର୍ତ୍ତନ ସଂପର୍କିତ ସମସ୍ୟା ଓ ସମାଧାନକୁ ପ୍ରାଥମିକତାରେ ରଖି ଆଗକୁ ବଢ଼ୁଛି ପୁନଶ୍ଚ ପୃଥିବୀ ଅଭିଯାନ । ସୋମାରବାରଠାରୁ ତିନି ଦିନିଆ ପୁନଶ୍ଚ ପୃଥିବୀ ଅଭିଯାନ-୨୦୨୫ ଆରମ୍ଭ ହୋଇଛି । ସମ୍ମିଳନୀରେ ତିନି ଦିନ ଧରି ଜଳବାୟୁ ସମ୍ପର୍କୀତ ଆଲୋଚନା ହେବ। ଅକ୍ଟୋବର ୬, ୭ ଏବଂ ୮ ତାରିଖରେ ଏହି କାର୍ଯ୍ୟକ୍ରମରେ ଦେଶର ପ୍ରଖ୍ୟାତ ପରିବେଶବିତ୍ ଯୋଗ ଦେବେ। ସମ୍ମଳନୀରେ ପରିବେଶ ସୁରକ୍ଷା ନେଇ 'କାଲି ପାଇଁ ଆଜି' ପ୍ରସଙ୍ଗରେ ଆଲୋଚନା କରାଯିବ।
Punascha Pruthibi
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/10/06/unti4-2025-10-06-10-53-06.jpg)