ପାଟଣାଗଡ଼ କୋର୍ଟରେ ହାଜର ହେଲା ପୁଞ୍ଜିଲାଲ

ପାଟଣାଗଡ଼ : ପାଟଣାଗଡ଼ ପାର୍ସଲ୍ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରକୁ ଶୁକ୍ରବାର ପାଟଣାଗଡ଼ ଏସ୍‌ଡିଜେଏମ କୋର୍ଟରେ ହାଜର କରାଯାଇଛି।

ପାଟଣାଗଡ଼ ପାର୍ସଲ୍ ବୋମା ବିସ୍ଫୋରଣ ଘଟଣାର କ୍ରାଇମବ୍ରାଞ୍ଚ ଗିରଫ ସହ କୋର୍ଟ ଚାଲାଣ କରିବାପରେ ଅଭିଯୁକ୍ତ ପୁଞ୍ଜିଲାଲ ମେହେରକୁ ପାଟଣାଗଡ଼ ଉପକାରାଗାରରେ ରଖାଯାଇଥିଲା। ଗତ ୨୦୧୯ ଜାନୁଆରି ୨୪ ତାରିଖରେ ପୁଞ୍ଜିଲାଲ ଜେଲ୍‌ରୁ ପଳାଇବା ଉଦ୍ୟମ କରିଥିବା ନେଇ ଏକ ଅଭିଯୋଗ ହୋଇଥିଲା। ଏହି ମାମଲାର ଶୁଣାଣି କରାଯିବା ନେଇ ଶୁକ୍ରବାର ଏସ୍‌ଡିଜେଏମ୍‌ କୋର୍ଟରେ ତାରିଖ ରହିଥିଲା। ପୂର୍ବରୁ ୧୧ ଜଣଙ୍କ ସାକ୍ଷ୍ୟ ନିଆ ଯାଇଥିବାବେଳେ ଶୁକ୍ରବାର ୪ ଜଣ ସାକ୍ଷ୍ୟଙ୍କୁ କୋର୍ଟରେ ହାଜର ହେବାପାଇଁ ଆଦେଶ ରହିଥିଲା। ହେଲେ, ସେମାନେ ଅନୁପସ୍ଥିତ ଥିବା ସହ ପୁଞ୍ଜିଲାଲଙ୍କ ଓକିଲ ମଧ୍ୟ ଅନୁପସ୍ଥିତ ଥିଲେ। ଫଳରେ ଏହାର ବିଚାର କରି କୋର୍ଟ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଥିବା ନେଇ ସରକାରୀ ଓକିଲ ପ୍ରକାଶ ଭୋଇଙ୍କ ଠାରୁ ଜଣାପଡ଼ିଛି। ୧୭ ତାରିଖରେ ଏହି ମାମଲାର ସାକ୍ଷ୍ୟ ପ୍ରମାଣ କରାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର