ପାଟଣାଗଡ଼ : ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ଅଭିଯୁକ୍ତ ପୁଞ୍ଜିଲାଲ ମେହେର ଆଜି ପାଟଣାଗଡ଼ ଏଡିଜେ କୋର୍ଟରେ ହାଜର ହୋଇଛନ୍ତି। ୨୮ ତାରିଖ ସକାଳେ ତାଙ୍କ ସର୍ତ୍ତମୂଳକ ଜାମିନ୍ ଅବଧି ଶେଷ ହେଉଥିବାରୁ ସେ ପାଟଣାଗଡ଼ ଏଡିଜେ କୋର୍ଟରେ ହାଜର ହୋଇଥିବା ଜଣାଯାଇଛି। ଏଠାରୁ ତାଙ୍କୁ ପୁଣି ବଲାଙ୍ଗୀର ଜିଲ୍ଲା କାରାଗରକୁ ନିଆଯିବ ବୋଲି ସୂଚନା ମିଳିଛି।/sambad/media/post_attachments/wp-content/uploads/2020/01/punjilal.jpg)
ପ୍ରକାଶ ଯେ, ଗତ ୧୦ ତାରିଖ ଦିନ ତାଙ୍କ ମା’ ଇନ୍ଦୁମତୀଙ୍କ ଦେହାନ୍ତ ହୋଇଥିଲା। ଶୁଦ୍ଧିକ୍ରିୟା ପାଇଁ ହାଇକୋର୍ଟରେ ଜାମିନ ଆବେଦନ କରି ପୁଞ୍ଜିଲାଲ ୪ଦିନିଆ ସର୍ତ୍ତମୂଳକ ଜାମିନରେ ଆସିଥିଲେ। ଏହି ଅବସରରେ ଶୁଦ୍ଧିକ୍ରିୟା ସହ ମା ଇନ୍ଦୁମତୀଙ୍କ ଆତ୍ମାର ସଦ୍ଗତି ନିମନ୍ତେ ଗାୟତ୍ରୀ ଯଜ୍ଞ କରିଥିଲେ। ପାଟଣାଗଡ଼ ରାମପୁରସ୍ଥିତ ତାଙ୍କ ବାସଭବନରେ ସେ ଏହି ଯଜ୍ଞ ଆୟୋଜନ କରିଥିଲେ। ତେଣୁ ଏହା ପୂର୍ବରୁ ସେ ସମସ୍ତ ରୀତିନୀତି ସଂପନ୍ନ କରିଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ପୁଞ୍ଜିଲାଲଙ୍କ ଗତିବିଧିକୁ ନଜର ରଖିବା ପାଇଁ ସାଦା ପୋଷାକଧାରୀ ପୁଲିସ୍ ୨୪ ଘଣ୍ଟା ମୁତୟନ ରହିଥିଲେ।
ଉଲ୍ଲେଖଯୋଗ୍ୟ, ପୁଞ୍ଜିଲାଲ ଏକମାତ୍ର ପୁଅ ହୋଇଥିବାରୁ ମା’ଙ୍କ ମୁଖାଗ୍ନି ପାଇଁ ଜାମିନରେ ଯିବାକୁ ଆବେଦନ କରିଥିଲେ। ପାଟଣାଗଡ଼ ଏଡିଜେ ଅଦାଲତ ଆବେଦନକୁ ଗ୍ରହଣ କରି ଆଗରୁ ଗୋଟିଏ ଦିନ ପାଇଁ ଜାମିନରେ ଯିବାକୁ ଅନୁମତି ଦେଇଥିଲେ। ଏହାପରେ ସେ ପୁଲିସ୍ ସୁରକ୍ଷା ମଧ୍ୟରେ ମୁଖାଗ୍ନି ଦେଇଥିଲେ। ଅନ୍ତିମ ସଂସ୍କାର ପରେ ପୁଞ୍ଜିଲାଲ ପୁଣି ବଲାଙ୍ଗୀର ଜେଲକୁ ଫେରି ଆସିଥିଲେ। ତେବେ ମା’ଙ୍କୁ ମୁଖାଗ୍ନି ଦେବା ପରେ ପୁଲିସ୍ ତାଙ୍କୁ ପୁଣି ଥରେ ଜେଲ୍ ନେବାକୁ ପ୍ରସ୍ତୁତ ହେଉଥିବା ବେଳେ ସେଠାରେ ସେ କିଛି ସମୟ ପାଇଁ ହଙ୍ଗାମା କରିଥିଲେ।
ଜାମିନ୍ ଅବଧି ଶେଷ ହେବାରୁ ପାଟଣାଗଡ଼ ଏଡିଜେ କୋର୍ଟରେ ହାଜର ହେଲେ ପୁଞ୍ଜିଲାଲ ମେହେର
/sambad/media/post_attachments/wp-content/uploads/2020/01/punji0.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)