ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ପୁଞ୍ଜିଲାଲ ମେହେର ପଢ଼ିବେ ସାମ୍ବାଦିକତା, ଜେଲରୁ କଲେ ଆବେଦନ

ଭୁବନେଶ୍ବର: ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଓ ହତ୍ୟା ମାମଲାର ମୁଖ୍ୟ ଷଡଯନ୍ତ୍ରକାରୀ ତଥା ଭଇଁଷା କଲେଜର ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହେର ବଲାଙ୍ଗୀର ଜେଲ୍‌ ଭିତରେ ଦିନ କାଟୁଥିଲା ‌ବେଳେ ସାମ୍ବାଦିକ ହେବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଅଭିଯୁକ୍ତ ପୁଞ୍ଜିଲାଲ ମେହେର ସାମ୍ବାଦିକତା ପଢ଼ିବା ପାଇଁ ଆବେଦନ କରିଛନ୍ତି।

ପୁଞ୍ଜିଲାଲ ମେହେର ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ଭୁବନେଶ୍ୱର ୟୁନିଟ୍-୬ ସ୍ଥିତ ଷ୍ଟଡି ସେଣ୍ଟରରେ ପାଠ ପଢ଼ିବା ପାଇଁ ଆବେଦନ କରିଥିବା ସୂଚନା ମିଳିଛି। ପୁଞ୍ଜିଲାଲ ମେହେର ସାମ୍ବାଦିକତା ପାଠ ପଢ଼ିିବା ପାଇଁ ଆବେଦନ କରିଥିବା ନେଇ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର କୁଳପତି ଅର୍କକେଶରୀ ଦାସ ମହାପାତ୍ର ସୂଚନା ଦେଇଛନ୍ତି।

ସୂଚନା‌ଯୋଗ୍ୟ, ପାଟଣାଗଡର ଅଧ୍ୟାପକ ରବୀନ୍ଦ୍ର ସାହୁଙ୍କ ପୁରା ପରିବାରକୁ ହତ୍ୟା କରିବାକୁ ଭଇଁଷା ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହେର୍‌ ଷଡଯନ୍ତ୍ର କରିଥଲେ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଥିଲା। ୨୦୧୮ ଫେବ୍ରୁଆରି ମାସ ୨୩ ତାରିଖରେ ଅଧାପକ ରବୀନ୍ଦ୍ର ସାହୁ ଓ ଭଇଁଷା ମହାବିଦ୍ୟାଳୟର ଅଧ୍ୟକ୍ଷା ସଞ୍ଜୁୁକ୍ତା ସାହୁଙ୍କ ପୁଅ ସୌମ୍ୟଶେଖରଙ୍କ ବିବାହର ୫ ଦିନ ପରେ ଘରକୁ ଏକ ପାର୍ସଲ ଆସିଥିଲା। ଏହି ଗିଫ୍ଟ ପାର୍ସଲକୁ ଖୋଲିଲା ବେଳେ ଏହା ବିସ୍ଫୋରଣ ଘଟି ସୌମ୍ୟଶେଖର, ତାଙ୍କ ଜେଜେ ମା’ଙ୍କର ମୃତ୍ୟୁ ଘଟିଥିବା ବେଳେ ନବବଧୁ ରୀମା ଗୁରୁତର ଭାବେ ଆହତ ହୋଇଥିଲେ। ଏହି ଘଟଣାରେ ପୁଲିସ ପୁଞ୍ଜିଲାଲକୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର