କଟକ: ବହୁ ଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ହାଇକୋର୍ଟ ନିମ୍ନ ଅଦାଲତ ରେକର୍ଡ ତଲବ କରିଛନ୍ତିୟ ପାଟଣାଗଡ଼ ଅତିରିକ୍ତ ଜିଲ୍ଲା ଓ ଦେରା ଜଜ୍ ଅଦାଲତଙ୍କ ୨୦୨୫, ମେ ୨୮ର ଆଜୀବନ କରାଦଣ୍ଡ ରାୟକୁ ଚାଲେଞ୍ଜ କରି ଅଧାପକ ପୁଞ୍ଜିଲାଲ ମେହେର ଦାୟର କରିଥିବା ଆବେଦନକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରିବା ସହିତ ନିମ୍ନ ଅଦାଲତ ରେକର୍ଡ ତଲବ କରିଛନ୍ତିୟ ପରବର୍ତ୍ତୀ ତାରିଖରେ ଜରିମାନା ରାଶି ପାଇଠ ନିର୍ଦ୍ଦେଶ ଉପରେ ରହିତାଦେଶ ଓ ଅପିଲ ବିଚାରାଧୀନ ଥିବା ବେଳେ ଜାମିନ ପ୍ରଦାନ ପାଇଁ ପୁଞ୍ଜିଲାଲଙ୍କ ତରଫରୁ ଦାୟର ଅନ୍ତରୀଣ ଆବେଦନ ଉପରେ ଶୁଣାଣି ହେବ ବୋଲି ହାଇକୋର୍ଟ କହିଛନ୍ତିୟ ଜଷ୍ଟିସ ସଙ୍ଗମ କୁମାର ସାହୁ ଓ ଜଷ୍ଟିସ ଶିବଶଙ୍କର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ପୁଞ୍ଜିଲାଲଙ୍କ ଅପିଲର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।
ଉଲ୍ଲେଖଯୋଗ୍ୟ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ୨୦୨୫, ମେ ୨୮ରେ ପାଟଣାଗଡ଼ ଅତିରିକ୍ତ ଦେରା ଜଜ୍ ଅଦାଲତ ରାୟ ପ୍ରକାଶ କରି ପୁଞ୍ଜିଲାଲଙ୍କୁ ଆଜୀବନ କରାଦଣ୍ଡ ପ୍ରଦାନ କରିଥିଲେୟ ଅଦାଲତ ଆଇପିସିର ଦଫା ୩୦୨, ୩୦୭, ୨୦୧, ଏପ୍ଲୋସିଭ୍ ସବ୍ଷ୍ଟାନ୍ସ ଆଇନର ଧାରା ୩ ଓ ୪ରେ ପୁଞ୍ଜିଲାଲକୁ ଦୋଷୀ ସାବ୍ୟସ୍ତ କରି ଉପରୋକ୍ତ ଦଣ୍ଡ ପ୍ରଦାନ କରିଥିଲେ।
କ’ଣ ଥିଲା ମାମଲା?
ସୂଚନାଯୋଗ୍ୟ ଯେ ଗତ ୨୦୧୮, ଫେବ୍ରୁଆରି ୨୩ରେ ନବ ବିବାହିତ ସୌମ୍ୟଶେଖର ଓ ପତ୍ନୀ ରୀମା ପାର୍ସଲ ଖୋଲୁଥିବା ବେଳେ ବିସ୍ଫୋରଣ ଘଟିଥିଲାୟ ଘଟଣାସ୍ଥଳରେ ସେମ୍ୟଶେଖରଙ୍କ ଜେଜେ ମା’ଙ୍କ ମୃତ୍ଯୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ସେମ୍ୟଶେଖର ଓ ରୀମାଙ୍କୁ ବଲାଙ୍ଗୀର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲାୟ ସୌମ୍ୟଶେଖରଙ୍କ ମୃତ୍ୟ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ରୀମାଙ୍କୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲାୟ ଏହି ଘଟଣାକୁ ନେଇ ପ୍ରଥମେ ପାଟଣାଗଡ଼ ଥାନା ପୁଲିସ ୨୩ ତାରିଖରେ ଦା ୩୦୨, ୩୦୭ ଏବ୍ଥ ଏକ୍ସପ୍ଲୋସିଭ୍ ସବ୍ଷ୍ଟାନ୍ସ ଆକ୍ଟର ଧାରା ୩ ଓ ୪ରେ ମାମଲା ରୁଜୁ କରିଥିଲାୟ ମାମଲାକୁ ମାର୍ଚ୍ଚ ୨୩ ତାରିଖରେ କ୍ରାଇମ୍ବ୍ରାଞ୍ଚର ଏସ୍ଆଇଟିକୁ ହସ୍ତାନ୍ତର କରାଯାଇଥିଲାୟ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଭଇଁଷା କଲେଜର ଇଂରାଜି ଅଧାପକ ପୁଞ୍ଜିଲାଲ ମେହେରଙ୍କୁ ୨୦୧୮, ଏପ୍ରିଲ ୨୫ରେ କ୍ରଇମବ୍ରାଞ୍ଚ ଗିର କରିଥିଲାୟ ତାଙ୍କୁ ତଦନ୍ତକାରୀ ସ୍ଥସ୍ଥା ରିମାଣ୍ତରେ ନେଇ ପଚରା ଉଚୁରା କରିଥିଲାୟ ଏହା ପରେ କ୍ରାଇମ୍ବ୍ରାଞ୍ଚ ପୁଞ୍ଜିଲାଲଙ୍କ ବିରୋଧରେ ୩୦୦ ପୃଷ୍ଠାର ପ୍ରଥମିକ ଚାର୍ଜସିଟ ପାଟଣାଗଡ଼ ଏସ୍ଡିଜେଏମ୍ କୋର୍ଟରେ ଦାଖଲ କରିଥିଲାୟ ଚାର୍ଜସିଟ୍ରେ କ୍ରାଇମ୍ବ୍ରାଞ୍ଚ ମୋଟ ୭୨ ଜଣ ସାକ୍ଷୀ ଓ ପ୍ରତ୍ୟେକ୍ଷଦର୍ଶୀଙ୍କ ବୟାନ ଦାଖଲ କରିଥିଲାୟ ଏହା ପରେ କ୍ରାଇମବ୍ରାଞ୍ଚ ପୁଞ୍ଜିଲାଲଙ୍କ ବିରୋଧରେ ଚୂଡାନ୍ତ ଚାର୍ଜସିଟ ଅଦାଲତରେ ଦାଖଲ କରିଥିଲା।
ଆହୁରି ପଢ଼ନ୍ତୁ: Nuapada Election, BJD Rejected By Voters: ନୂଆପଡ଼ାରେ ଫସିଗଲେ ଅତାବିରା ଅତିଥି: ମୁହଁ ମୋଡ଼ିଦେଲେ ମାମୁଘର ଭୋଟର… ବିଜେଡ଼ି ସାଜିଲା ୩ ନମ୍ବର…
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)