ବଲାଙ୍ଗୀର ଜେଲରେ ପୁଞ୍ଜିଲାଲକୁ ମାଡ! ପାଟଣାଗଡ଼ ଏଡିଜେ କୋର୍ଟରେ ପିଟିସନ ଦାଖଲ କଲେ ଓକିଲ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ବଲାଙ୍ଗୀର ଜେଲରେ ମାଡ ହୋଇଥିବା ଓ ତାଙ୍କୁ ପରିଶ୍ରା ପିଇବା ପାଇଁ ବାଧ୍ୟ କରା ଯାଇଥିବା ନେଇ ଓକିଲଙ୍କ ପକ୍ଷରୁ ପାଟଣାଗଡ଼ ଏଡିଜେ କୋର୍ଟରେ ଏକ ପିଟିସନ ଦେଇଥିବା ଜଣାପଡିଛି ।

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ବର୍ତ୍ତମାନ ବଲାଙ୍ଗୀର ଜେଲରେ । ତେବେ ପୁଞ୍ଜିଲାଲ ମେହେରକୁ ବଲାଙ୍ଗୀର ଜେଲରେ ମାଡ ହୋଇଥିବା ସମ୍ପର୍କରେ ସୂଚନା ପାଇଥିବା ନେଇ ଓକିଲ ତିର୍ଥ ସାହୁ ପିଟିସନ ଦେଇଥିବା ନେଇ ଜଣାପଡିଛି । ଉକ୍ତ ପିଟିସନରେ ଗତ ୨୧ ତାରିଖରେ ପୁଞ୍ଜିଲାଲ ମେହେରଙ୍କୁ ଜେଲରେ ଜେଲ ଅଧିକ୍ଷକ, ଜେଲର, ଜାମଦାର ଓ ଅନ୍ତେବାସୀମାନେ ପୁଞ୍ଜିଲାଲକୁ ଉଲଗ୍ନ କରି ମାଡ ମାରିଥିଲେ । ଏହା ପରେ ପୁଣି ୨୩ ତାରିଖରେ ପୁଞ୍ଜିଲାଲ ମେହେରକୁ ଜେଲ ଅଧିକ୍ଷକ, ଜେଲର ଓ ଅନ୍ତେବାସୀମାନଙ୍କ ମଧ୍ୟରୁ ଜଣେ ଅନ୍ତେବାସୀ ପୁଞ୍ଜିଲାଲ ମେହେରଙ୍କ ମୁହଁରେ ପରିଶ୍ରା କରିବା ସହିତ ତାଙ୍କୁ ପରିଶ୍ରା ପିଇବା ପାଇଁ ବାଧ୍ୟ କରା ଯାଇଥିବା ନେଇ ପିଟିସନରେ ଉଲ୍ଲେଖ କରିଥିବା ଜଣାପଡିଛି ।

ଏହି ପିଟିସନର ଶୁଣାଣି କରି ପାଟଣାଗଡ଼ ଏଡିଜେ ବଲାଙ୍ଗୀର ଜେଲକୁ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏଥିରେ ବଲାଙ୍ଗୀର ଜେଲ ଅଧିକ୍ଷକଙ୍କୁ ପୁଞ୍ଜିଲାଲକୁ ମାଡ ମରା ଯାଇଥିବା ଓ ତାଙ୍କ ମୁହଁରେ ପରିଶ୍ରା କରାଯାଇଥିବା ସହ ପରିଶ୍ରା ପିଇବା ପାଇଁ ବାଧ୍ୟ କରା ଯାଇଥିବା, ଜେଲ ଡାକ୍ତରଙ୍କ ଦ୍ଵାରା ପୁଞ୍ଜିଲାଲର ଚିକିତ୍ସା ବା ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ସହ ସମସ୍ତ ଘଟଣାର ସତ୍ୟତା ଉପରେ ଏଡିଜେ କୋର୍ଟକୁ ୨୫ ତାରିଖରେ ରିପୋର୍ଟ ଦାଖଲ କରିବା ପାଇଁ ପାଟଣାଗଡ଼ ଏଡିଜେ କୋର୍ଟ ନିର୍ଦ୍ଦେଶ ଜାରି କରିଥିବା ଜଣାପଡିଛି ।

ଏଠାରେ ପ୍ରକାଶ ଥାଉ କି, ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର ପ୍ରଥମେ ପାଟଣାଗଡ଼ ଉପକାରାଗାରରେ ଥିଲେ । ସେଠାରେ ଦୀର୍ଘ ସମୟ ଥିବା ବେଳେ ସେଠାରେ ବିଭିନ୍ନ ସମୟରେ ବିବାଦୀୟ ପରିସ୍ଥିତି ମାନ ଉପୁଜାଇଥିବା ନେଇ ଲୋକ ଲୋଚନକୁ ଆସିଥିଲା । ପାଟଣାଗଡ଼ ଜେଲରୁ ଫେରାର ମାରୁଥିବା ଉଦ୍ୟମ କରୁଥିବା ବେଳେ କାବୁ କରିବା ପାଇଁ ଜେଲ କର୍ମଚାରୀଙ୍କ ହାବୁଡାରେ ପଡି ମାଡ ଖାଇଥିବା ମଧ୍ୟ ଜଣାପଡିଥିଲା । ଏ ସମ୍ପର୍କରେ ପୁଞ୍ଜିଲାଲ ଜିଲ୍ଲା ଜଜ୍‌ ଉପକାରାଗାରକୁ ଆସିଥିବା ସମୟରେ ତାଙ୍କ ପାଖରେ ଅଭିଯୋଗ କରିଥିଲେ । ଏହାକୁ ନେଇ ପୁଞ୍ଜିଲାଲ ନିଜ ଓକିଲଙ୍କ ମାଧ୍ୟମରେ ପାଟଣାଗନ ଜେଲରେ ତାଙ୍କୁ ମାଡ ମରା ଯାଉଥିବା ନେଇ ପାଟଣାଗଡ଼ କୋର୍ଟରେ ପିଟିସନ ଦାଖଲ କରିଥିଲେ ।

ଏହାର ଶୁଣାଣି କରି କୋର୍ଟ ପୁଞ୍ଜିଲାଲକୁ ପାଟଣାଗନ ଜେଲରୁ ବଲାଙ୍ଗୀର ଜିଲ୍ଲା ମୁଖ୍ୟ କାରାଗାରକୁ ସ୍ଥାନାନ୍ତରିତ କରାଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶ କ୍ରମୋ ପୁଞ୍ଜିଲାଳକୁ ବଲାଙ୍ଗୀର ଜିଲ୍ଲା ମୁଖ୍ୟ କାରାଗାରକୁ ସ୍ଥାନାନ୍ତରିତ କରା ଯାଇଥିଲା । ତେବେ ବଲାଙ୍ଗୀର ଜେଲରେ ପୁଣି ପୁଞ୍ଜିଲାଲଙ୍କୁ ମାଡ ମାରିଥିବା ଘଟଣା ନେଇ ପିଟିସନ ଦାଖଲ କରା ଯାଇଥିବା ବେଳେ ଏହାର ସତ୍ୟତା ଉପରେ ରିପୋର୍ଟ ପ୍ରଦାନ ପାଇଁ ପାଟଣାଗଡ଼ ଏଡିଜେ କୋର୍ଟ ବଲାଙ୍ଗୀର ଜେଲକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।

ତେବେ ପୁଞ୍ଜିଲାଲ ପାଟଣାଗଡ଼ ଉପକାରାଗାରରେ ଥିବା ସମୟରେ ତାଙ୍କୁ ମାଡ ମରା ଯାଇଥିବା ନେଇ ପିଟିସନ ଦାଖଲ କରା ଯାଇଥିଲା । ବଲାଙ୍ଗୀର ଜିଲ୍ଲା ମୁଖ୍ୟ କାରାଗାରକୁ ପୁଞ୍ଜିଲାଲକୁ ସ୍ଥାନାନ୍ତରିତ କରା ଯାଇଥିଲା । ସେଠାରେ ମଧ୍ୟ ପୁଞ୍ଜିଲାଳକୁ ମାଡ ହୋଇଥିବା ନେଇ ପିଟିସନ ଦାଖଲ ହୋଇଥିବା ଜଣାପଡିଛି । ତେବେ ପୁଞ୍ଜିଲାଲଙ୍କୁ ପାଟଣାଗଡ଼ ଜେଲ ଓ ପରେ ବଲାଙ୍ଗୀର ଜେଲରେ ମାଡ ମରାଯିବା ଘଟଣାର ଉଚିତ ତଦନ୍ତର ଆବଶ୍ୟକତା ରହିଛି ।

ସମ୍ବନ୍ଧିତ ଖବର