ପୁଞ୍ଜିଲାଲ ଅସୁସ୍ଥ, ହସପିଟାଲରେ ଭର୍ତ୍ତି

ବଲାଙ୍ଗୀର : ଅନଶନରତ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମାଷ୍ଟରମାଇଣ୍ଡ ପୁଞ୍ଜିଲାଲ ମେହେରକୁ ଜେଲ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଗତ ୮ ତାରିଖ ବଲାଙ୍ଗୀର ଜେଲ୍‌କୁ ଆସିବା ଦିନରୁ ପୁଞ୍ଜିଲାଲ ଅନଶନ ଜାରି ରଖିଛି। ପୁଞ୍ଜିଲାଲ ଖାଦ୍ୟ କିଛି ଗ୍ରହଣ କରୁନଥିବାବେଳେ କେବଳ ଗ୍ଲୁକୋଜ ପାଣି ପିଉଛି। ବୁଧବାର ସଂଧ୍ୟା ସମୟରେ ସ୍ୱାସ୍ଥ୍ୟାବସ୍ଥା ଟିକିଏ ବିଗିଡିବାରୁ ତାକୁ ଜେଲ୍‌ ଭିତରେ ଥିବା ହସପିଟାଲରେ ଭର୍ତ୍ତି କରାଯାଇ ସାଲାଇନ ଦିଆଯାଇଛି ବୋଲି ଜେଲର ସଂଜୟ ବର୍ମା କହିଛନ୍ତି। ଆଗକୁ ଅନଶନ ଜାରି ରଖିଲେ ଫୋର୍ସ ଫିଡିଂ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ, କିଛିଦିନ ତଳେ ପୁଞ୍ଜିଲାଲକୁ ପାଟଣାଗଡ଼ରୁ ବଲାଙ୍ଗୀର ଜେଲ୍‌କୁ ସ୍ଥାନାନ୍ତର କରାଯାଇଛି। ତାକୁ ଜେଲ୍‌ର ଏକ ସ୍ବତନ୍ତ୍ର ସେଲ୍‌ରେ ଏବଂ ସିସିିଟିଭି ନଜରରେ ରଖାଯାଇଛି। ତେବେ, ଜେଲ୍‌ରେ ପହଞ୍ଚିବା ପରଠାରୁ ସେ ଅନଶନ ଚଳାଇଛି।

ସମ୍ବନ୍ଧିତ ଖବର