ଭୁବନେଶ୍ବର : ଗତ ଡିସେମ୍ବର ୩୧ ରାତିରେ ବିଶାଖାପାଟଣାରେ ବିଶିଷ୍ଟ ଲେଖିକା ପୁଣ୍ୟପ୍ରଭା ଦେବୀଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ଦୁଇ ପୁଅ, ତିନି ବୋହୂ, ଝିଅ ଜ୍ବାଇଁ, ନାତି ନାତୁଣୀଙ୍କ ସମେତ ତାଙ୍କ ମାନସ ପୁତ୍ର ସାହିତ୍ୟିକ ଅରବିନ୍ଦ ଦାସ ତଥା ଅନ୍ୟ ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ। ତାଙ୍କ ବିୟୋଗରେ ବହୁ ସାହିତ୍ୟିକ ଶୋକ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ପୁଣ୍ୟପ୍ରଭା ଦେବୀଙ୍କ ସ୍ୱାମୀ ପ୍ରହ୍ଲାଦ ମହାନ୍ତି ଗତ ୨୦୨୦ ଜୁଲାଇ ୩୧ ତାରିଖରେ ଏବଂ କରୋନାରେ ପୀଡ଼ିତ ସାନପୁଅ ପ୍ରଜ୍ବଳ ମହାନ୍ତି ୨୦୨୧ ମେ’ ୧୩ତାରିଖରେ ପ୍ରାଣ ହରାଇଥିଲେ।
୧୯୩୮ରେ ଜନ୍ମିତ ପୁଣ୍ୟପ୍ରଭା ଛୋଟ ସମୟରୁ ଶିଶୁ ସାହିତ୍ୟ ରଚନା ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ସେ ବହୁ କବିତା, ଗଳ୍ପ ଏବଂ ଉପନ୍ୟାସ ରଚନା କରିଛନ୍ତି। ତାଙ୍କର ପ୍ରକାଶିତ ପୁସ୍ତକ ମଧ୍ୟରେ ରହିଛି ‘ସୁଦୂର ସୈକତ’, ‘ଅସ୍ତରଙ୍ଗ’, ‘ସ୍ମୃତି ଓ ସମାପ୍ତି’, ‘ପୁନଶ୍ଚ ପୃଥିବୀ’, ‘ଅବ୍ୟକ୍ତ’, ‘ଟିକି ରାଇଜ’, ‘ଅନାବନା’, ‘ଶିଶୁ ସୈନିକ’, ‘ପିଲାଙ୍କ ରାମାୟଣ’, ‘ଅଚଳ ଘଡ଼ି’, ‘ବେଲୁନ ବାଲା’ ଇତ୍ୟାଦି। ‘କୁନି ଗୁଇନ୍ଦା’ ଗଳ୍ପ ସଂକଳନ ପାଇଁ ୨୦୧୦ ମସିହାରେ ସେ ଓଡ଼ିଆରେ କେନ୍ଦ୍ର ସାହିତ୍ୟ ଅକାଦେମିର ପ୍ରଥମ ବାଲ୍ ସାହିତ୍ୟ ପୁରସ୍କାର ଲାଭ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/Punya-Prava-Devi.jpg)