ଭୁବନେଶ୍ୱର-ପୁରୀ ବସ୍‌ ମାଲିକ ସଂଘ ବିବାଦ : ଗୋଟିଏ ପ୍ଲାଟଫର୍ମରୁ ଛାଡ଼ିବ ସବୁ ଗାଡ଼ି

ପୁରୀ : ଯାତ୍ରୀ ଉଠାଇବାକୁ ନେଇ ବସ୍‌ ମାଲିକମାନଙ୍କ ମଧ୍ୟରେ ବିବାଦ ଯୋଗୁଁ ପୁରୀ-ଭୁବନେଶ୍ୱର ରୁଟ୍‌ରେ ବସ ଚଳାଚଳ ବ୍ୟାହତ ହୋଇଥିଲା। ତେବେ ଏ ନେଇ ଗତକାଲି ଉଭୟ ଭୁବନେଶ୍ୱର ଏବଂ ପୁରୀର ବସ୍‌ ମାଲିକମାନଙ୍କ ମଧ୍ୟରେ ହୋଇଥିବା ବୈଠକ ପରେ ସମାଧାନ ପାଇଁ ବାଟ ଫିଟିଥିଲେ ବି ଏହା ଦୁଇ ସହର ମଧ୍ୟରେ ଚଳାଚଳ କରୁଥିବା ଡିଟିଏସ୍‌ ସିଟି ବସ୍‌ ପାଇଁ ସମସ୍ୟା ସୃଷ୍ଟି କରିଛି। ପୁରୀ ବସ୍‌ଷ୍ଟାଣ୍ଡ୍‌ର ଭିନ୍ନ ଭିନ୍ନ ବେ‘ରୁ ଭୁବନେଶ୍ୱରକୁ ବସ୍‌ ନ ଛାଡ଼ି ସମସ୍ତ ବସ୍‌ ଗୋଟିଏ ବେ‘ରୁ ଛାଡ଼ିବ ବୋଲି କଟକ ଓ ଭୁବନେଶ୍ୱର ବସ୍‌ ମାଲିକମାନେ ସହମତ ହୋଇଥିଲେ। ସେହି ନିଷ୍ପତ୍ତି ଅନୁଯାୟୀ ଆଜି ଆଞ୍ଚଳିକ ପରିବହନ ଅଧିକାରୀଙ୍କ ଉପସ୍ଥିତିରେ ବସ୍‌ଷ୍ଟାଣ୍ଡରେ ଗୋଟିଏ ବେ’ରୁ ସବୁ ବସ୍‌ ଛାଡ଼ିଥିଲା। ତେବେ ଡିଟିଏସ୍‌ ଦ୍ୱାରା ଭୁବନେଶ୍ୱରକୁ ଚଳାଚଳ କରୁଥିବା ସିଟି ବସ୍‌ଗୁଡ଼ିକ ଅନ୍ୟ ବେ‘ରୁ ଛାଡ଼ିବାରୁ ଘରୋଇ ବସ୍‌ ମାଲିକମାନେ ହସ୍ତକ୍ଷେପ କରିଥିଲେ। ଫଳରେ ଡିଟିଏସ୍‌ ବସ୍‌ଗୁଡ଼ିକୁ ଆଜି ପୁରୀ ନ ଯାଇ ବସ୍‌ଷ୍ଟାଣ୍ଡରେ ରହିଥିଲା।

ସମ୍ବନ୍ଧିତ ଖବର