ଭୁବନେଶ୍ବର : ଟ୍ରେନ ଚଳାଚଳ କ୍ଷେତ୍ରରେ ସମସ୍ୟା ଦୂରୀକରଣ ପାଇଁ ପୁରୀ-ବିକାନେର-ପୁରୀ ଏକ୍ସପ୍ରେସକୁ ପଶ୍ଚିମ କେନ୍ଦ୍ରୀୟ ରେଳପଥ ପରିସୀମା ମଧ୍ୟରେ କିଛିଟା ପରିବର୍ତନ କରାଯାଇଛି। କୋଟା ଷ୍ଟେସନ ପରିବର୍ତ୍ତେ ସୱାଇମାଧୋପୁର-ଗୁରଲା-ସୋଗରିଆ-ରୁଥିୟାଲ କର୍ଡ ଲାଇନ ମାର୍ଗରେ ଚଳାଇ ସୋଗରିଆ ଷ୍ଟେସନରେ ରହଣି କରିବାକୁ ନିଷ୍ପତ୍ତି ହୋଇଛି। ବିକାନେର-ପୁରୀ ଏକ୍ସପ୍ରେସ(୨୦୪୭୧) ବିକାନେର ଷ୍ଟେସନରୁ ଅକ୍ଟୋବର ୨ରୁ ସୋଗରିଆ ଷ୍ଟେସନରେ ସକାଳ ୫ଟା ୩୦ରେ ପହଞ୍ଚି ୫ଟା ୪୦ରେ ପୁରୀ ଅଭିମୁଖେ ଯାତ୍ରା କରିବ। ଫେରିବା ମାର୍ଗରେ ପୁରୀ-ବିକାନେର ଏକ୍ସପ୍ରେସ(୨୦୪୭୨) ପୁରୀରୁ ଅକ୍ଟୋବର ୫ରୁ ସୋଗରିଆ ଷ୍ଟେସନ ଠାରେ ପୂର୍ବାହ୍ନ ୯ଟା ୧୫ରେ ପହଞ୍ଚି ୯ଟା ୨୫ରେ ବିକାନେର ଯାତ୍ରା କରିବ।