ପୁରୀ ସହରର ମଙ୍ଗଳାଘାଟ ଛକ ନିକଟରେ ୨୭୫ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ, ୫ ଗିରଫ

ପୁରୀ: ପୁରୀ ସହରର ବାସେଳି ସାହି ଥାନା ଅନ୍ତର୍ଗତ ମଙ୍ଗଳାଘାଟ ଛକ ନିକଟରେ ଗାଡ଼ି ଯାଞ୍ଚ ବେଳେ ୨୭୫ ଗ୍ରାମ ଓଜନର ବ୍ରାଉନ୍ ସୁଗାର ଜବତ ହୋଇଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହାସହ ପିସ୍ତଲ, ଜୀବନ୍ତ ଗୁଳି, ବାଇକ୍ ଓ କାର୍ ଜବତ କରାଯିବା ସହିତ ୫ଜଣ ନିଶା ବେପାରୀଙ୍କୁ ପୁଲିସ ଗିରଫ କରିଥିବା ଜଣାଯାଇଛି। ଏହି ଜବତ ବ୍ରାଉନ୍ ସୁଗାରର ମୂଲ୍ୟ ୨୭ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନରେ ବାସେଳି ସାହି ଥାନା ଅନ୍ତର୍ଗତ ମଙ୍ଗଳାଘାଟ ଛକ ନିକଟରେ ଗାଡ଼ି ଯାଞ୍ଚ ବେଳେ ୨୭୫ ଗ୍ରାମ୍ ୩୫ ମିଲିଗ୍ରାମ୍ ଓଜନର ବ୍ରାଉନ୍ ସୁଗାର ଜବତ ହୋଇଥିଲା। ୫ଜଣ ନିଶା ବେପାରୀ ଗୋଟିଏ କାର୍ (ଓଆର୍-୦୨-ବିଏଚ୍ ୫୪୦୨)ରେ ବ୍ରାଉନ୍ ସୁଗାର ନେଉଥିବା ବେଳେ ସେମାନଙ୍କୁ ପୁଲିସ ଧରିଥିଲା। ଗିରଫ ନିଶା ବେପାରୀମାନେ ହେଲେ କୃଷ୍ଣଚନ୍ଦ୍ର ଭୁଜବଳ, ତାଙ୍କ ପୁଅ ସୋମନାଥ ଭୁଜବଳ, ବାବୁନା ନାୟକ, ବାବୁନା ବେହେରା ଓ ବଳରାମ ଭୋଳ। ସେମାନଙ୍କଠାରୁ ଏକ ପଲସର୍ (ଓଡି-୧୩ ଏନ୍ ୧୨୫୪), ନଗଦ ୯୫୦ ଟଙ୍କା, ଗୋଟିଏ ପିସ୍ତଲ ଓ ଜୀବନ୍ତ ଗୁଳି ଜବତ କରାଯାଇଥିବା ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି।

 

ସମ୍ବନ୍ଧିତ ଖବର