କଟକସ୍ଥିତ ପୁରୀ ବସ୍‌ଷ୍ଟାଣ୍ତରେ ଅଗ୍ନିକାଣ୍ତ: ଜଳିଗଲା ବସ, କାରଣ ଅସ୍ପ‌ଷ୍ଟ

କଟକ: କଟକସ୍ଥିତ ପାଲାମଣ୍ଡପ ପୁରୀ ବସ୍‌ଷ୍ଟାଣ୍ତ ପାର୍ଶ୍ବରେ ଥିବା ମାଷ୍ଟରକ୍ୟାଣ୍ଟିନ୍‌ ବସ୍‌ଷ୍ଟାଣ୍ତରେ ଅଗ୍ନିକାଣ୍ତ ଘଟିଛି। ଶ୍ରୀମନ୍ଦିର ନାମକ ଏକ ଘରୋଇ ବସରେ ନିଆଁ ଲାଗି ଜଳି ଯାଇଛି ବସ। ଘଟଣାସ୍ଥଳରେ ସ୍ଥାନୀୟ ବାଦାମବାଡ଼ି ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛନ୍ତି। ବହୁ ପୁରୁଣା ଏହି ବସଟି ପଡ଼ି ରହିଥିବାରୁ ସେଥିରେ ନିଆଁ କିଭଳି ଲାଗିଲା ତାହାର କାରଣ ଜଣା ପଡ଼ି ନଥିବା କହିଛି ପୁଲିସ ।

ସୂଚନାଯୋଗ୍ୟ, ମାଷ୍ଟରକ୍ୟାଣ୍ଟିନ ବସଷ୍ଟାଣ୍ତରେ ଥିବା ଶ୍ରୀମନ୍ଦିର ନାମକ ଏକ ଘରୋଇ ବସରେ ହଠାତ ନିଆଁ ଲାଗିଯିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଓ ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ବାଦାମବାଡ଼ି ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ସ୍ଥିତି ନିୟନ୍ତ୍ରଣକୁ ଆଣିଥିବା ଜଣା ପଡ଼ିଛି। ହେଲେ କେଉଁ କାରଣ ଯୋଗୁଁ ବସ୍‌ଟିରେ ନିଆଁ ଲାଗିଥିଲା ତାହା ଜଣା ପଡ଼ିନାହିଁ।

ସମ୍ବନ୍ଧିତ ଖବର