ପୁରୀ: ପୁରୀ ଜିଲ୍ଲାପାଳଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟ ଆଜି ହ୍ୟାକ୍ ହୋଇଛି। ହ୍ୟାକର ପୁରୀ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟକୁ ହ୍ୟାକ୍ କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ମୁତାବକ ଚୀନର କୌଣସି ଏକ ହ୍ୟାକର ପୁରୀ ଜିଲ୍ଲାପାଳଙ୍କ ଅଫିସିଆଲ୍ ଆକାଉଣ୍ଟକୁ ହ୍ୟାକ୍ କରିନେଇଛି । ଟୁଇଟର ଆକାଉଣ୍ଟ ହ୍ୟାକ୍ ହେବା ପରେ ପୁରୀ ଜିଲ୍ଲାପାଳ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ସେ ଏହି ଘଟଣାର ତଦନ୍ତ ପାଇଁ ଆଇଟି ସେଲକୁ ନିର୍ଦ୍ଦେଶ ଦେଇଛନ୍ତି।
ଆଜି ଅପରାହ୍ନ ସମୟରେ ପୁରୀ ଜିଲ୍ଲାପାଳଙ୍କ ଟୁଇଟର ଆକାଉଣ୍ଟ ହ୍ୟାକ୍ ହେଇଯାଇଥିଲା । ହ୍ୟାକ୍ ହେବାର କିଛି ସମୟ ପରେ ହ୍ୟାକର ଜଣକ ଅନେକ ଟୁଇଟକୁ ରି-ଟୁଇଟ୍ କରିଥିଲା । ଖାଲି ସେତିକି ନୁହେଁ କିଛି କାର୍ଟୁନ ଫଟୋକୁ ମଧ୍ୟ ସେୟାର କରିଥିଲା। ତେବେ ଦୀର୍ଘ ସମୟ ପରେ ମଧ୍ୟ ପୁରୀ ଜିଲ୍ଲାପାଳଙ୍କ ଆକାଉଣ୍ଟକୁ ହ୍ୟାକିଂରୁ ମୁକ୍ତ କରାଯାଇପାରିନାହିଁ ।